ଛତିଶଗଡ କାଂକେର ଜିଲ୍ଲାରେ ପୋଲିସ ଏବଂ ନକ୍ସଲ ମାନଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ମହିଳା ମୃତ

Spread the love

କାଂକେର : ଛତିଶଗଡର କାଂକେର ଜିଲ୍ଲାରେ ପୋଲିସ ଓ ସନ୍ତ୍ରାସବାଦୀ ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଗସ୍ତରେ ବାହାରିଥିବା ଡିଆଜୀ ଏବଂ ବିଏସଏଫ୍ର ୧୩୨ ବାଟାଲିଆନ୍ ସଂଯୁକ୍ତ ପାର୍ଟୀ ଜଣେ ମହିଳା ନକ୍ସଲକୁ ମାରିବା ପାଇଁ ସକ୍ଷମ ହୋଇଛନ୍ତି । ଗୁଳିବିନିମୟ ପରେ ଜବାନମାନେ ସୁଯୋଗ ଦେଖୀ ଗୋଟିଏ ରାଇଫଲ ମଧ୍ୟ ଜବତ କରିଛନ୍ତି ।

ବସ୍ତର ଆଇଜି ସୁନ୍ଦରରାଜ ପି. ନକ୍ସଲ ମାନଙ୍କ ସହିତ ହୋଇଥିବା ଗୁଳିବିନିମୟ ସମ୍ପର୍କରେ କହିଛନ୍ତି ରବିବାର ରାତୀରେ ଡି ଆର ଜି ଓ ବିଏସ୍ଏଫର ୧୩୨ ବାଟାଲିଆନ ସଂଯୁକ୍ତ ନକ୍ସଲ ମାନଙ୍କ ଲୁଚିଥିବା ସୁଚନା ଆଧାରରେ ତଲାସି ଅଭିଯାନରେ ବାହାରି ଥିଲେ । ଛୋଟେ ବେଠିଆ ଥାନା ଅଞ୍ଚଳରେ ସୋମବାର ସକାଳ ୭ ଟା ବେଳେ ହଠାତ ଜଂଙ୍ଗଲରେ ଫାୟାରିଂ ଆରମ୍ଭ ହୋଇଥିଲା । ଏହାର ଜବାବରେ ଯବାନମାନେ ଏହାର ଓଲଟା ଜବାବ ଦେଇଥିଲେ । ଯବାନ ମାନଙ୍କର ଓଲଟା ଗୁଳି ମାଡ ଦ୍ୱାରା ନକ୍ସଲ ମାନେ ଜଙ୍ଗଲ ଭିତରକୁ ପଳାଇଯାଇଥିଲେ । ବର୍ତମାନ ଯବାନ ମାନହ୍କ ଦ୍ୱାରା ଏହାର ସର୍ଚ୍ଚ ଅପରେସନ ଜାରିଅଛି ।

Leave a Reply

Your email address will not be published. Required fields are marked *