ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ନିବେଦନ

Spread the love

ନୂଆପଡ଼ା : ନୂଆପଡ଼ା ଜିଲାରେ ପୁଣି ଦାଦନ ଯନ୍ତ୍ରଣା, ଉଦ୍ଧାର ପାଇଁ ଭିଡ଼ିଓ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି ଶ୍ରମିକ । ଜବରଦସ୍ତି କାମ କରାଇବା ସହ ମନା କଲେ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛିକ୍ଷ ଆଜି ହରି ମାଝୀ ନାମକ ଜଣେ ବୟସ୍କ ଶ୍ରମିକଙ୍କୁ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏକ ଭିଡିଓ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରି ସେମାନଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି ହରି ମାଝୀ । ନୂଆପଡା ଜିଲା ବୋଡ଼େନ ଓ କୋମନା ବ୍ଲକର ୪୫ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶର ବିଜେୱାଡା ଗୁଣ୍ଡୁର ନିକଟସ୍ଥ ମାଛରଲାରେ ଆଜିକୁ ୬ମାସ ହେଲା ଇଟା ଭାଟିରେ କାମ କରୁଛନ୍ତି । କୋମନା ବ୍ଲକ କାମକେଡା ଗାଁ ର ଦାଦନ ଦଲାଲ ଭଗବାନ ତାଣ୍ଡି ପ୍ରତି ଶ୍ରମିକଙ୍କୁ ଚାଳିଶ ହଜାର ଟଙ୍କା ଦେଇ କାମ କରିବାକୁ ନେଇଥିଲେ । ଛଅ ମାସ ପୁରି ଯାଇଥିବାରୁ ସେମାନଙ୍କୁ ଛାଡି ଦେବାକୁ ଶ୍ରମିକ ମାନେ କହିବାରୁ ଟଙ୍କା ଅନୁସାରେ କାମ ସରିନାହିଁ ଓ ଆହୁରି ଅନେକ ଦିନ କାମ କର, ନତୁବା ଟଙ୍କା ଦେଇ ଦିଅ ବୋଲି ସର୍ଦ୍ଦାର କହୁଛନ୍ତି ବୋଲି ଶ୍ରମିକ ମାନେ କହୁଛନ୍ତି । ଏନେଇ ଦଲାଲ ଭଗବାନଙ୍କୁ ଶ୍ରମିକ ମାନେ ଯୋଗାଯୋଗ କରିବାରୁ ଟଙ୍କା ଫେରାଇ ଦିଅ ବୋଲି କହୁଥିବା ଶ୍ରମିକ ମାନେ କହିଛନ୍ତି । ସେମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଭିଡିଓ ମାଧ୍ୟମରେ ଉଲ୍ଲେଖ କରିବା ସହ ସେମାନଙ୍କୁ ଶୀଘ୍ର ଉଦ୍ଧାର ପାଇଁ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *