ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାମରେ ଲିଖିତ ଅଭିଯୋଗ ଆଣି ଥାନାରେ ପହଂଚିଲେ ସଂଯୁକ୍ତା

Spread the love

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ନାମରେ ପୁଣି ଥରେ ଅଭିଯୋଗ ଆଣି ମହିଳା ଥାନାରେ ପହଞ୍ଚିଛନ୍ତି ବିଜେଡି ନେତ୍ରୀ ସଂଯୁକ୍ତା ମହଲା।

ସେ ଅଭିଯୋଗ କରିଛନ୍ତି ଯେ ଯେ, ଶ୍ରୀକାନ୍ତ ତାଙ୍କୁ ଗତ ୯ ବର୍ଷ ଧରି ଶାରୀରିକ ସମ୍ପର୍କ ରଖି ଶୋଷଣ କରୁଥିଲେ । ଶ୍ରୀକାନ୍ତ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ମଧ୍ୟ ଦେଉଥିବା ସେ ଅଭିଯୋଗ କରିଛନ୍ତି । ପୂର୍ବରୁ ଅଭିଯୋଗ କରିଥଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁନର୍ବାର ଅଭିଯୋଗ ଆଣିଛନ୍ତି ବୋଲି ସେ କହିଛନ୍ତି । । ତାଙ୍କ ବିରୁଦ୍ଧରେ ପରିବାର ଲୋକ ଆଣିଥିବା ଅଭିଯୋଗକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି ସଂଯୁକ୍ତା। ଶ୍ରୀକାନ୍ତ ସାହୁ ତାଙ୍କ ପରିବାର ଲୋକଙ୍କୁ ମୋହରା କରି ଷଡ଼ଯନ୍ତ୍ର କରିଥିବା ଅଭିଯୋଗ। ଶ୍ରୀକାନ୍ତ ସାହୁଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ନ୍ୟାୟ ଦେବା ଏବଂ ସୁରକ୍ଷା ଦାବି କରି ମହିଳା ଥାନାରେ ଦ୍ୱାରସ୍ଥ ହୋଇଛନ୍ତି । ପରେ ପରେ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେବା ସହ ନ୍ୟାୟ ନ ମିଳିଲେ ଦଳର ମୁଖିଆଙ୍କୁ ମଧ୍ୟ ଅବଗତ କରାଇବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *