ସିସୋଦିଆଙ୍କ ଗିରଫଦାରୀ: ଦିଲ୍ଲୀରେ ତାତି

Spread the love

() ସିସୋଦିଆଙ୍କ ଗିରଫଦାରୀକୁ ନେଇ ଉଠୁଛି ପଡୁଛି ଦିଲ୍ଲୀ ରାଜନୀତି। ସଡକରୁ ନେଇ ଆପ୍ କାର୍ଯ୍ୟାଳୟରେ ପ୍ରବଳ ହଙ୍ଗାମା ଏବଂ ନାରାବାଜିରେ ହୁଲସ୍ତୁଲ ହୋଇଛି ଦିଲ୍ଳୀ। ଦିଲ୍ଳୀ ସମେତ ଅନେକ ରାଜ୍ୟରେ ସିସୋଦିଆଙ୍କ ଗିରଫକୁ ବିରୋଧ କରାଯାଇଛି। ଆପ୍ ସମର୍ଥକ ଏବଂ ସିସୋଦିଆଙ୍କ ସମର୍ଥକଙ୍କ ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଛି। ସେପଟେ ଗିରଫକୁ ନେଇ ଭାଜପା ଓ ଆପ୍ ମୁହାଁମୁହିଁ ହୋଇଛନ୍ତି। ସିସୋଦିଆଙ୍କ ଗିରଫକୁ କଳାଦିନ ଭାବେ ଆପ୍ ପାଳନ କରିଥିବାବେଳେ ଭାଜପା କହିଛି ଭ୍ରଷ୍ଟାଚାରର ହୋଇଛି ସର୍ବନାଶ।

ଗିରଫ ହେଲେ ସିସୋଦିଆ। ସିସୋଦିଆଙ୍କ ଗିରଫଦାରୀଙ୍କୁ ଆପ୍ କର୍ମକର୍ତ୍ତାଙ୍କ ପ୍ରବଳ ବିରୋଧ। ଆପ୍ କାର୍ଯ୍ୟାଳୟରୁ ନେଇ ସିବିଆଇ କାର୍ଯ୍ୟାଳୟ ଏବଂ ରାଜରାସ୍ଥାରେ ସିସୋଦିଆଙ୍କ ଗିରଫଦାରୀକୁ ନେଇ ପ୍ରବଳ ହଙ୍ଗାମା ସହ ନାରାବାଜି। ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସିବିଆଇ ଗିରଫ କରିବା ପରେ ଆଜି ଦେଶ ବ୍ୟାପୀ ଆନ୍ଦୋଳନ କରିଛି ଆମ୍‌ ଆଦ୍‌ମୀ ପାର୍ଟି। ଗିରଫ ପ୍ରତିବାଦରେ ସିବିଆଇ କାର୍ଯ୍ୟାଳୟ ଆଗରେ ଆପ କର୍ମୀ ହଙ୍ଗାମା କରିଛନ୍ତି। ୟୁପିର ପ୍ରତି ଜିଲ୍ଲାରେ ବିକ୍ଷୋଭ କରିଛି ଆମ ଆଦମୀ ପାର୍ଟି। ଖାଲି ୟୁପି ନୁହେଁ ବେଙ୍ଗାଲୁରୁ, ଚଣ୍ଡିଗଡ଼ ଏବଂ ଭୋପାଲରେ ମଧ୍ୟ ବିରୋଧ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ। ଏଥିପାଇଁ ରାଜଧାନୀ ଦିଲ୍ଲୀରେ କରାଯାଇଛି ହାଇଆଲର୍ଟ ଜାରି। ଆଇନ ଶୃଙ୍ଖଳା ପରିସ୍ଥିତି ଦୃଷ୍ଟିରେ ରଖି ବିପୁଳ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗତକାଲି ୮ ଘଣ୍ଟା ଜେରା କରିବା ପରେ ମନୀଷଙ୍କୁ ଗିରଫ କରିଥିଲା ସିବିଆଇ। ସତୈନ୍ଦ୍ର ଜୈନଙ୍କ ପରେ ମନୀଷ ଆପର ଦ୍ୱିତୀୟ ମନ୍ତ୍ରୀ ଭାବେ ଗିରଫ ହୋଇଛନ୍ତି।

ଅନ୍ୟପଟେ ମନୀଷଙ୍କ ଗିରଫ ପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆପ୍। ଗିରଫଦାରୀକୁ ନେଇ ଆପ୍ ସମର୍ଥକଙ୍କ ଠାରୁ ଆରମ୍ଭ କରି ଆପ୍ ନେତାମାନେ ଭାଜପାକୁ ଟାର୍ଗେଟ କରିଛନ୍ତି। ଆରୋପ-ପ୍ରତ୍ୟାରୋପ ରାଜନୀତିରେ ସରଗରମ ହୋଇଛଇ ଦିଲ୍ଲୀ ରାଜନୀତି। ସିସୋଦିଆଙ୍କ ଗିରଫକୁ ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିନ ବୋଲି କହିଛି ଆପ୍। ବିଜେପିର ସିବିଆଇ ଏକ ମିଛ କେସ୍‌ରେ ବିଶ୍ୱର ସବୁଠାରୁ ଉତ୍ତମ ଶିକ୍ଷାମନ୍ତ୍ରୀଙ୍କୁ ଗିରଫ କରି ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରରେ ଠେଲି ଦେଇଛି।

ରାଜନୈତିକ ଶତ୍ରୁତା ପାଇଁ ବିଜେପି ଏମିତି କରିଛି ବୋଲି ଆପ୍ କହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, ମନୀଷ ନିର୍ଦ୍ଦୋଷ। ତାଙ୍କୁ ଗିରଫ କରିବା ହୀନ ରାଜନୀତି। ମନୀଷଙ୍କ ଗିରଫଦାରିରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି। ଲୋକେ ସବୁ ଦେଖୁଛନ୍ତି। ଲୋକେ ଏହାର ଜବାବ ଦେବେ। ଏଥିରେ ଆମର ଧୈର୍ଯ୍ୟ ଆହୁରି ବଢ଼ିବ। ଆମ ସଂଘର୍ଷ ଆହୁରି ମଜଭୁତ ହେବ। ବିଜେପି ଦିଲ୍ଲୀ ସରକାରଙ୍କ ପ୍ରତି ଇର୍ଷାପରାୟଣ ହୋଇପଡ଼ିଛି। ଦିଲ୍ଲୀର ବିକାଶ ମଡେଲ ଦେଖି ସହିପାରୁନି ବିଜେପି। ଏଥିରେ ବାଧା ଆଣିବା ପାଇଁ ବିଜେପି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଛି। କେନ୍ଦ୍ର ଭଦ୍ର ଲୋକଙ୍କୁ ଜାଲରେ ଫସାଉଛି। ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି କିନ୍ତୁ ଯେଉଁମାନେ ଦୁର୍ନୀତିରେ ଜଡିତ ସେମାନଙ୍କୁ ବିଜେପି ସୁରକ୍ଷା ଦେଉଛି ବୋଲି ଅଭିଯୋଗ ଆଣିଛନ୍ତି କ୍ରେଜିୱାଲ। ସେହିଭଳି ଦିଲ୍ଳୀର ଅନେକ ହେଭିୱେଟ ନେତା ପ୍ରତିକ୍ରୀୟା ପ୍ରକାଶ କରି କହିଛନ୍ତି, ମନୀଷଙ୍କ ଗିରଫଦାରୀ ଏକଛତ୍ରବାଦର ସୀମା ପାର୍ କରିଛି। ବିନା କୌଣସି ପ୍ରମାଣରେ ସିସୋଦିଆଙ୍କୁ ଗିରଫ କରାଯାଇଛି। ସବୁ କେନ୍ଦ୍ରୀୟ ଏଜେନ୍ସି ବିଜେପିର ହାତ ଭଳି କାମ କରୁଛି। ବିଜେପି ସ୍କ୍ରିପ୍‌ଟରେ ସବୁ ଏଜେନ୍ସି କାମ କରୁଛନ୍ତି। ସେମାନେ ନିୟମର ପାଳନ କରୁ ନାହାନ୍ତି। ଯେଉଁଭଳି ଭାବେ ସିସୋଦିଆଙ୍କୁ ଗିରଫଦାରୀ କରାଯାଇଛି ଏବଂ ଆଦାନୀଙ୍କ ସହ ଭାଜପାର ବନ୍ଧୁତା ଜାରି ରହିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଦେଶର ଗଣତନ୍ତ୍ର ଶେଷ ହୋଇଛି।

ସେପଟେ ମନୀଷ ସିସୋଦିଆଙ୍କୁ ବହିଷ୍କାର କରିବାକୁ ଦାବି କରିଛି ଭାଜପା। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଦୁଇ ଭ୍ରଷ୍ଟାଚାରୀ ମନ୍ତ୍ରୀ ସତୈନ୍ଦ୍ର ଜୈନ ଓ ମନୀଷ ସିସୋଦିଆଙ୍କୁ ତୁରନ୍ତ କ୍ୟାବିନେଟ୍‌ରୁ ହଟାନ୍ତୁ। ଜେଲ୍‌ରୁ ସରକାର ଚଳାଇବାର ପାପ ବନ୍ଦ ହେବା ଦରକାର। କିଛି ବିଭାଗ ଆପଣ ବି ସମ୍ଭାଳନ୍ତୁ। କେତେ ଦିନ ଆଉ କାମ ନ କରି ବସି ରହିବେ। ଆଇନ ତା କାମ କରୁଛି ଆପଣ ସରକାରଙ୍କୁ ଠପ୍ କରି ବସିପଡ଼ନ୍ତୁ ନାହିଁ।  ଅନ୍ୟପଟେ ସିସୋଦିଆଙ୍କ ଉପରେ ଆଉ ଏକ ସଙ୍ଗୀନ ଅଭିଯୋଗ ଲଗାଇଛି ବିଜେପି। ସିସୋଦିଆ ରାଜନୈତିକ ମାଇଲେଜ୍ ପାଇଁ ପିଲାମାନଙ୍କ ଫଟୋ ବ୍ୟବହାର କରୁଛି। ତେଣୁ ସିସୋଦିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ବିଜେପି ଦାବି କରିଛି।

ଏପଟେ ଆନ୍ଦୋଳନକୁ ଦେଖି ଦିଲ୍ଲୀ ଆପ୍ ଅଫିସ୍‌ରେ ସାମ୍ନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଦିଲ୍ଲୀ ମଦ ନୀତିରେ ଉପମୁଖ୍ୟମନ୍ତ୍ରୀ ମନଷ ସିସୋଦିଆଙ୍କ ସନ୍ଦେହଜନକ ଭୂମିକାକୁ ନେଇ ସିବିଆଇ ଏକ ଡିଜିଟାଲ ଉପକରଣ ଜବତ କରିଥିଲା। ଦିଲ୍ଲୀ ଅବକାରୀ ବିଭାଗରୁ ଏହି ସିଜ କରାଯାଇଥିଲା। ଗତକାଲି ପ୍ରାୟ ୮ ଘଣ୍ଟାର ଜେରା ପରେ ରାତିରେ ସିବିଆଇ ଗିରଫ କରିଥିଲା ସିସୋଦିଆଙ୍କୁ। ଯାହାକୁ ନେଇ ଆଜି ଦିଲ୍ଲୀ ରାଜନୀତି ହୁଲସ୍ତୁଲ ହୋଇଛି।

Leave a Reply

Your email address will not be published. Required fields are marked *