ଜାତୀୟ ରାଜପଥ ସଡକ ଦୁର୍ଘଟଣାରେ ଦୁଇ ମୃତ

୫୩ ନମ୍ଵର୍ ଜାତୀୟ ରାଜପଥ କେନ୍ଦ୍ରାପଡାର ଅଳାବାଙ୍କଛକ ଠାରେ ସଡକ ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି l ଚଣ୍ଡିଖୋଲ ଆଡୁ ପାରାଦୀପ୍ ଦିଗରେ ଯାଉଥିବା ଦୁଇ ବାଇକ୍ ଆରୋହୀଙ୍କୁ ପଛପଟୁ ଆସୁଥିବା ଏକ ଟ୍ୟାଙ୍କର ନମ୍ଵର୍ OD 15N 8834 ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଛି l ଟ୍ୟାଙ୍କର ଧକ୍କା ଦେବାପରେ ଉଭୟ ବାଇକ ଚାଳକ ଛିଟିକି ପଡିଥିଲେ l କିନ୍ତୁ ବାଇକ୍ ଟି ଟ୍ୟାଙ୍କର ତଳେ ଫଶି ଯାଇଥିଲା l ଫଳରେ ଦୁର୍ଘଟଣା ସ୍ଥଳରୁ ପ୍ରାୟ ପାଞ୍ଚଶହ ମିଟର ଆଗକୁ ଆସି ଟ୍ରକ୍ ଟି ଅଟକି ଯାଇଥିଲା l ତେବେ ଦୁର୍ଘଟଣା ଘଟାଇ ଡ୍ରାଇଭର ଫେରାର୍ ହୋଇ ଯାଇଛି l ଅନ୍ୟପକ୍ଷରେ ବାଇକ୍ ଟି ସମ୍ପୂର୍ଣ୍ଣ ନୂଆ ହୋଇଥିବାରୁ ସେଥିରେ କିଛି ନମ୍ଵର୍ ଲେଖା ଯାଇନାହିଁ l ଯାହା ଫଳରେ ମୃତକଙ୍କ ବିଷୟରେ ଜାଣିବା କଷ୍ଟସାଧ୍ୟ ହୋଇଯାଇଥିବା ବେଳେ କୌଣସି ସୂତ୍ରରୁ ମୃତ ଜଣେ ଯୁବକଙ୍କ ପରିଚୟ ଭବାନୀ ପ୍ରସାଦ ମହାପାତ୍ର ଯିଏ କି ବଡପାଳ ପଙ୍କପାଳ କୁଜଙ୍ଗର ବୋଲି ପରିଚୟ ମିଳିଥିବା ବେଳେ ଅନ୍ୟ ଜଣଙ୍କ ପରିଚୟ ଏଯାଏଁ ମିଳି ପାରିନାହିଁ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିଟିକୁ ଜବତ କରିଛି। ଏବଂ ଅନ୍ୟଜଣଙ୍କର  ପରିଚୟ ସନ୍ଧାନ କରିବାରେ ଲାଗିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *