ସମ୍ୱଲପରୁରେ ଆକ୍ସନ୍, ଭୁବନେଶ୍ୱରରେ ରିଆକସନ୍

Spread the love

() ବିରୋଧି ଦଳ ନେତା ଓ ମହିଳା ପୋଲିସ ମୁହାଁ ମୁହିଁ ହେବା ପ୍ରସଙ୍ଗ ଦିନକୁ ଦିନ ଜଟିଳ ହେବାକୁ ଲାଗିଛି। ଉଭୟ ବିଜେଡି ବିଜେପି ଦିନ ତମାମ ଆନ୍ଦୋଳନ ସହ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି । ଏମିତି କି ଜୟ ନାରାୟଣ ମିଶ୍ରଙ୍କ ଘର ସାମ୍ନାରେ ବିଜେଡି ତରଫରୁ ଆନ୍ଦୋଳନକୁ ଜୋରଦାର କରାଯାଇଥିବା ବେଳେ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିବାକୁ ଫୁଲ ଦମରେ ଲାଗି ପଡିଛି ।

ସମ୍ୱଲପରୁରେ ଆକ୍ସନ୍। ଭୁବନେଶ୍ୱରରେ ରିଆକସନ୍ । ଦିନ ତମାମ ବିଜେପି ଜୟ ନାରାୟଣ ମିଶ୍ରଙ୍କ ସପକ୍ଷରେ ରାଜ୍ୟ କାର୍ଯ୍ୟାଳୟରୁ ଭାୟା ରାଜଭବନ ଦେଇ ଥାନା ପର୍ଯ୍ୟନ୍ତ ଲଢେଇ କରିଥିଲା। ଘଟଣାକୁ ନେଇ  ଜୟ ନାରାୟଣ ମିଶ୍ର ଅନୁତପ୍ତ ହେବାର ପ୍ରଶ୍ନ ହିଁ ଉଠୁନାହିଁ କହି ଶାସକ ଦଳକୁ କଡା ଜବାବ ଦେଇଛି ବିଜେପି। ଏମିତି କି ଶାସକ ଦଳ ପୋଲିସ ଲଗାଇ ତାଙ୍କୁ ମାରିବାର ଷଡଯନ୍ତ୍ର କରୁଥିବା କଥା ଜୟ ନାରାୟଣ ବିଧାନ ସଭାରେ ଉଠାଇବେ କହି କଡା ଚେତାବନୀ ଦେଇଛନ୍ତି। ସବୁଠାରୁ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେତେବେଳେ କିନ୍ନର ଗୋଷ୍ଠି ଜୟ ନାରାୟଣଙ୍କ ବାସ ଭବନ ସାମ୍ନାରେ ପ୍ରଦିବାଦ ପାଇଁ ବସିଥିଲେ । ସେହି ସମୟରେ ଜୟ ନାରାୟଣଙ୍କ ଝିଅ ସମସ୍ତ ଆନ୍ଦୋଳନକାରୀଙ୍କୁ ମିଠା ଖାଇବାକୁ ଦେଇ ସତେ ଯେମିତି ଆନ୍ଦୋଳନକୁ ଭଣ୍ଡୁର କରିଦେଇଥିଲେ । ଠିକ୍ ଯେପରି ବିରୋଧି ନବୀନ ନିବାସକୁ ପଦଯାତ୍ରା କରି ଯାଇଥିବା ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ଅତିଥି ଚର୍ଚ୍ଚା କରି ପାଛୋଟି ନେଇଥିଲେ। ଅନ୍ୟପକ୍ଷେ ବିଜେପି ତରଫରୁ ମଧ୍ୟ କିଛି କିନ୍ନର ଗୋଷ୍ଠି ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘର ସାମ୍ନାରେ ନାରାବାଜି ସହ ଆନ୍ଦୋଳନ କରିଥିଲେ।

ସେତିକିରେ ସରି ନଥିଲା ରାଜନୈତିକ ଡ୍ରାମା । ରାଜଭବନରେ ବିଜେପି ଦାବୀ ପତ୍ର ଦେବା ସହ ପଦଯାତ୍ରା କରି କ୍ୟାପିଟାଲ ଥାନାରେ ପହଞ୍ଚି ଅରୁପ ପଟ୍ଟନାୟକ ଙ୍କ ବିରୋଧରେ ଏଫଆଇଆର ଦେଇଥିଲା । ଯାହାକୁ କାଉଣ୍ଟର କରି ବିଜେଡି ମଧ୍ୟ ବିରୋଧକୁ ଜୋରଦାର କରିଥିଲା । ବିଜେଡି ମହିଳା ମୋର୍ଚ୍ଚା ତରଫରୁ ମଧ୍ୟ ଜୟ ନାରାୟଣଙ୍କ ବାସ ଭବନକୁ ଘେରାଉ କରାଯାଇଥିଲା । ଏହାସହ ବିରୋଧି ଦଳ ନେତା ତୁରନ୍ତ ଭୁଲ ମାଗନ୍ତୁ ବୋଲି ଦଳ ଦାବୀ କରିଥିଲା। ଏପଟେ କଂଗ୍ରସ ମଧ୍ୟ ଘଟଣାକୁ ନିନ୍ଦା କରିଛି ।

ନବ ଦାସ ହତ୍ୟାକାଣ୍ଡଙ୍କୁ ନେଇ ବିଜେପି କରୁଥିବା ପ୍ରତିବାଦ ଏବେ ଯେମିତି ଦଳ ପାଇଁ ତଣ୍ଟିର କଣ୍ଟା ସଦୃଶ ହୋଇଛି । ଓଡ଼ିଶା ରାଜନୀତିର କେନ୍ଦ୍ରରେ ମହିଳା ଥିବା ବେଳେ ମହିଳା ଆଇଆଇସିଙ୍କ ସହ ବିରୋଧୀ ଦଳ ନେତାଙ୍କ ମୁହାଁମୁହିଁ ସ୍ଥିତି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି ।

ସିମ୍ପୁଲ ନାୟକ ଓ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *