୭ ଷ୍ଟେସନରେ ୧୯ ଟି ଟ୍ରେନ୍ ପାଇଁ ଅତିରିକ୍ତ ରହଣି ବ୍ୟବସ୍ଥା

Spread the love

ଭୁବନେଶ୍ୱର : ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଯାତ୍ରୀମାନଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପରୀକ୍ଷାମୂଳକ ଭିତିରେ ୦୭ ଷ୍ଟେସନରେ ୧୯ ଟି ଟ୍ରେନର ଅତିରିକ୍ତ ରହଣି ପାଇଁ ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି ।

ସୂଚନା ଅନୁଯାୟୀ ୧୮୧୦୭/୧୮୧୦୮ ରାଉରକେଲା-ଜଗଦଳପୁର-ରାଉରକେଲା ଏକ୍ସପ୍ରେସ ରାଉରକେଲା ଠାରୁ ଜୁନ ପହିଲା ଠାରୁ ଏବଂ ଜଗଦଳପୁରରୁ ଜୁନ ୨ ତାରିଖ ଠାରୁ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ରହଣି କରିବ । ୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ହିରାଖଣ୍ଡ ଏକ୍ସପ୍ରେସ ଉଭୟ ପାର୍ଶ୍ୱରୁ ଜୁନ ପହିଲା ଠାରୁ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ରହଣି କରିବ । ୧୮୫୧୪/୧୮୫୧୩ ବିଶାଖାପାଟନମ୍‌-କିରାଣ୍ଡୁଲ୍‌-ବିଶାଖାପାଟନମ୍ ଏକ୍ସପ୍ରେସ୍ ବିଶାଖାପାଟନମ୍ ଠାରୁ ଜୁନ ପହିଲା ଠାରୁ ଏବଂ କିରାଣ୍ଡୁଲ୍ ଠାରୁ ଜୁନ ୨ ତାରିଖ ଠାରୁ କୋଟପାଡ଼ ରୋଡ୍ ଷ୍ଟେସନ ଠାରେ ରହଣି କରିବ । ୧୮୧୧୭/୧୮୧୧୮ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରଣୀ ଏକ୍ସପ୍ରେସ ରାଉରକେଲାରୁ ଜୁନ ୪ ତାରିଖ ଠାରୁ ଏବଂ ଗୁଣୁପୁରରୁ ଜୁନ ୫ ତାରିଖ ଠାରୁ କାଳୁପଡାଘାଟ ଷ୍ଟେସନରେ ରହଣି କରିବ ।

ସେହିପରି ୧୨୮୪୩/୧୨୮୪୪ ପୁରୀ-ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ପୁରୀରୁ ୬ ଜୁନ୍ ଠାରୁ ଏବଂ ଅହମ୍ମଦାବାଦରୁ ୫ ଜୁନ୍ ଠାରୁ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ । ୧୨୮୨୨/୧୨୮୨୧ ପୁରୀ-ଶାଲୀମାର-ପୁରୀ ଧଉଳି ଏକ୍ସପ୍ରେସ ୬ ଜୁନ୍ ଠାରୁ ଉଭୟ ପାର୍ଶ୍ୱରୁ ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ । ୨୦୮୦୯/୨୦୮୧୦ ସମ୍ବଲପୁର-ନନ୍ଦେଡ-ସମ୍ବଲପୁର ଏକ୍ସପ୍ରେସ ଉଭୟ ଦିଗରୁ ଜୁନ୍ ପହିଲା ଠାରୁ ଅତ୍ତାବିରା ଷ୍ଟେସନରେ ରହଣି କରିବ । ୨୦୮୩୭/୨୦୮୩୮ ଭୁବନେଶ୍ୱର-ଜୁନାଗଡ଼ ରୋଡ୍‌-ଭୁବନେଶ୍ୱର ଏକ୍ସପ୍ରେସ ଭୁବନେଶ୍ୱରରୁ ଜୁନ୍ ୩ ତାରିଖରୁ ଏବଂ ଜୁନାଗଡ ରୋଡରୁ ୪ ଜୁନ୍ ଠାରୁ ଲାଞ୍ଜିଗଡ଼ ରୋଡରେ ରହଣି କରିବ । ୧୮୪୧୦ ପୁରୀ-ଶାଲୀମାର ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ପୁରୀରୁ ୩୦ ମଇ ଠାରୁ ସୋରୋ ଷ୍ଟେସନରେ ରହଣି କରୁଛି । ୧୮୪୭୭ ପୁରୀ-ଯୋଗ ନଗରୀ ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ପୁରୀରୁ ୩୦ ମଇ ୨୦୨୩ ଠାରୁ ସୋରୋ ଷ୍ଟେସନରେ ରହଣି କରୁଛି । ୧୮୪୪୯ ପୁରୀ-ପାଟନା ବୈଦ୍ୟନାଥଧାମ ପୁରୀରୁ ୫ ଜୁନ୍ ୨୦୨୩ ଠାରୁ ବିଦ୍ୟାସାଗରରେ ରହଣି କରିବ । ପୁରୀରୁ ଏହି ଟ୍ରେନ୍ ବିଦ୍ୟାସାଗରରେ ଭୋର ୩ଘ.୧୪ମି.ରେ ପହଞ୍ଚି ଭୋର ୩ଘ.୧୬ମି.ରେ ଛାଡିବ ।

Leave a Reply

Your email address will not be published. Required fields are marked *