ତାତିଲେ ଓକିଲ

Spread the love

() ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ରାଜ୍ୟ ଆଇନଜୀବୀ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୭୨ ବାର୍ ଆସୋସିଏସନ ଆଜି ରାଜ୍ୟ ତମାମ ସତ୍ୟାଗ୍ରହ କରିଛି। ଆନ୍ଦୋଳନ ପରିପ୍ରେକ୍ଷୀରେ ଓକିଲଙ୍କ ଲାଇସେନ୍ସ ରଦ୍ଦ, ଆବଶ୍ୟକ ପଡ଼ିଲେ ଗିରଫ କରିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ବିରୋଧ କରି ଏହି ସତ୍ୟାଗ୍ରହ ହୋଇଥିଲା।

କୋର୍ଟ ବର୍ଜନ କରି ଆନ୍ଦୋଳନ କରୁଥିବା ଓକିଲଙ୍କ ଲାଇସେନ୍ସ ରଦ୍ଦ କର। ସେମାନଙ୍କୁ ଆବଶ୍ୟକ ସ୍ଥଳେ ଗିରଫ କର। ବିଚାରପତି, ମହକିଲ ଓ ସର୍ବୋପରି କୋର୍ଟ କାର୍ଯ୍ୟରେ ବାଧା ଉପୁଜାଉଥିବା ଓକିଲଙ୍କ ଉଦ୍ଦେଶ୍ୟରେ ଏଭଳି କଠୋର ଆକ୍ସନ ନେବାକୁ ବାର୍ କାଉନସିଲ୍ ଅଫ ଇଣ୍ଡିଆକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ସାରା ରାଜ୍ୟରେ ବିରୋଧ। ଆଜି ରାଜ୍ୟ ଆଇନଜୀବୀ କ୍ରିୟାନୁଷ୍ଠାନ କମିଟିର ଡାକରାରେ ସବୁଠି ସତ୍ୟାଗ୍ରହ କରିଛନ୍ତି ଆଇନଜୀବୀ। ଉଚ୍ଚନ୍ୟାୟାଳୟକୁ ଭୁବନେଶ୍ୱର ସ୍ଥାନାନ୍ତର ଓ ଭୁବନେଶ୍ୱରକୁ ସ୍ୱତନ୍ତ୍ର ଜିଲ୍ଲା ଦାବିରେ ଭୁବନେଶ୍ୱର ଓକିଲ ସଂଘ ଦିନିକିଆ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲା। ତେବେ ଆନ୍ଦୋଳନ ଲାଗି ମହକିଲଙ୍କର ସମସ୍ୟା ହୋଇଥିଲା।

ବାର୍ କାଉନସିଲ ଅଫ ଇଣ୍ଡିଆ ଓ ରାଜ୍ୟ ଆଇନଜୀବି ପରିଷଦର ମନମୁଖୀ କାର୍ଯ୍ୟକଳାପ, ଓକିଲ ମାରଣ ନୀତିକୁ ବିରୋଧ କରି ସବୁଠି ଦିନିକିଆ କାର୍ଯ୍ୟବନ୍ଦ କରିଥିଲେ ଆଇନଜୀବୀ। ଜିଲ୍ଲା କୋର୍ଟ ସମ୍ମୁଖରେ ଆଇନଜୀବୀ ଧାରଣା ଦେବା ସହ ସତ୍ୟାଗ୍ରହ କରିଛନ୍ତି। କୋର୍ଟ କାର୍ଯ୍ୟକୁ ବିନା ବାଧା ଦେଇ ଏହି ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରିଛନ୍ତି ଆଇନଜୀବୀ। ତେବେ ସମ୍ୱଲପୁରରେ ଓକିଲ ଆନ୍ଦୋଳନ ଉଗ୍ରରୂପ ନେଇଥିଲା। ପୁଲିସ ସହ ଧସ୍ତାଧସ୍ତି ହେବା ସହ ବିଚାରପତିଙ୍କୁ କୋର୍ଟ ଭିତରକୁ ପୁରାଇଦେଇନଥିଲେ ଜିଲ୍ଲା ଆଇନଜୀବୀ ସଂଘ ସହ ସାମିଲ ହୋଇଥିବା ୫୦ରୁ ଅଧିକ ସାମାଜିକ ସଂଗଠନ।

ଆନ୍ଦୋଳନରତ ଓକିଲ ସଂଘର ସଭ୍ୟଙ୍କ ଲାଇସେନ୍ସ ରଦ୍ଦ ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ ଆକ୍ସନ ଲାଗି ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ପ୍ରତିବାଦ କରାଯାଇଛି। ଓକିଲମାରଣ ନୀତିକୁ ବିରୋଧ କରିଛି ଆଇନଜୀବି ସଂଘ। ଓକିଲଙ୍କ ସୁରକ୍ଷା ପ୍ରସଙ୍ଗରେ ଖୁବଶୀଘ୍ର ମହାମହିମ ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଦାବିପତ୍ର ଦେବ ବୋଲି କହିଛି କ୍ରିୟାନୁଷ୍ଠାନ କମିଟି।

Leave a Reply

Your email address will not be published. Required fields are marked *