୨୨ ବର୍ଷ ପରେ ଘରକୁ ଫେରିଲେ ଦାଦନ

Spread the love

ଯାଜପୁର: ଦୀର୍ଘ ୨୨ ବର୍ଷ ପରେ ଜଣେ ନିଖୋଜ ଥିବା ବ୍ୟକ୍ତି ଘରକୁ ଫେରିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଚକିତ କରିଛି । ପରିବାର ପ୍ରତିପୋଷଣ ପାଇଁ ବ୍ୟକ୍ତି ଜଣକ ବାହାରକୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଯାଇଥିଲେ । ତେବେ ସେ ଘରକୁ ଫେରିଆସିବା ପରେ ପରିବାର ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ସେ ଯେ ଦିନେ ଘରକୁ ଫେରି ଆସିବେ ଏଭଳି  ଆଶା ରଖିନଥିଲେ ପରିବାର ଲୋକେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳରେ । 

ଦୀର୍ଘ ୨୨ ବର୍ଷ ପରେ ଘରକୁ ଫେରିଛନ୍ତି ଦାଦନ ଖଟିବାକୁ ଯାଇ ନିଖୋଜ ବିଶ୍ବମ୍ବର। ଏ ଘଟଣା ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ପଞ୍ଚାୟତ ତୋଟାସାହି ଗ୍ରାମର । ଦିନ ଥିଲା ଗାଁରେ ମୂଲମଜୁରୀ ଲାଗି ଚଳୁଥିଲେ ବିଶ୍ବମ୍ବର।ଅସୁସ୍ଥତା ହେତୁ କିଛି ବର୍ଷ କାମ କରିନ ପାରି ଘରେ ରହିବା ପରେ ପରିବାର  ଚଳାଇବା ପାଇଁ ଜଣେ ସମ୍ପର୍କୀୟଙ୍କ ସହ ଦାଦନ ଖଟିବାକୁ ସୁଦୁର ମୁମ୍ବାଇକୁ ଚାଲିଯାଇଥିଲେ । କିନ୍ତୁ ସେଠାରେ ସେ ନିଖୋଜ ହୋଇଯାଇଥିଲେ।ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ଆଉ ଏବେ ଦୀର୍ଘ ୨୨ ବର୍ଷ ପରେ ଘରକୁ ଫେରିଥିବାରୁ ୪ ପିଲାଙ୍କ ସମେତ ପରିବାର ଲୋକଙ୍କ ଖୁସି କହିଲେ ନ ସରେ।ଏପରିକି ଗ୍ରାମବାସୀ ବି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଖୁସି ଜାହିର କରିଛନ୍ତି।

ବିଶ୍ବମ୍ବର ନିଖୋଜ ହେବା ପରେ  ଏହା ଭିତରେ  ୨୨ ବର୍ଷ ବିତି ଯାଇଛି। ତାଙ୍କ ପତ୍ନୀ ଓ ପିଲା ବଡଭାଇଙ୍କ ପାଖରେ ରହି ଆସୁଥିଲେ । ଏହା ଭିତରେ ବିଶ୍ବମ୍ବରଙ୍କ ଝିଅ ବାହାଘର ମଧ୍ୟ ସରିଯାଇଛି । ବାହାର ରାଜ୍ୟରେ ବହୁ ବର୍ଷ ଧରି ରହିବା ପରେ ଏବେ ବିଶ୍ବମ୍ବର ଖଣ୍ଡି ଓଡିଆରେ କଥା ହେଉଛନ୍ତି । ଏତେ ଦିନ ପରେ  ଘରକୁ ଫେରି ଆସିବେଶ ଖୁସିରେ ରହୁଥିବା ବେଳେ ପରିବାର ଲୋକେ ମଧ୍ୟ ଖୁସି ଜାହିର କରିଛନ୍ତି ।

ପରିବାର ପ୍ରତିପୋଷଣ ପାଇଁ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ ବିଶ୍ବମ୍ବର । ଏବେ 22ବର୍ଷ ପରେ ସେ ଘରକୁ ଫେରିଲେ । ଏହି ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ହିମାଂଶୁ କୁମାର ପାଢ଼ୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *