ଅପରାଜିତାଙ୍କ ପରେ ମନମୋହନ 5ଟି ସଚିବଙ୍କୁ କଲେ ଟାର୍ଗେଟ, କହିଲେ ସରକାରୀ ଅଧିକାରୀଙ୍କୁ ଲକ୍ଷ୍ମଣରେଖା ଉଲ୍ଲଂଘନ କରିବା ଅନୁଚିତ

Spread the love

ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ 5ଟି ସଚିବଙ୍କୁ ଟାର୍ଗେଟ କରିଛନ୍ତି ।

ରବିବାର ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ମନମୋହନ ସାମଲ କହିଛନ୍ତି ଯେ, ଜଣେ ସରକାରୀ ଚାକିରି କରୁଥିବା ଲୋକ ଓଡ଼ିଶାରେ ସିଧାସଳଖ ରାଜନୀତି କରି ପାରିବ ନାହିଁ । ଆଇନର ଉର୍ଦ୍ଧ୍ଵରେ କେହି ନୁହନ୍ତି କି ବ୍ୟବସ୍ଥାର ଉର୍ଦ୍ଧ୍ୱରେ କେହି ନୁହନ୍ତି, ବ୍ୟବସ୍ଥା ଭିତରେ ରହି କେହିବି ଲକ୍ଷ୍ମଣ ରେଖା ଅତିକ୍ରମ କରିବା ଉଚିତ ନୁହେଁ ବୋଲି ମନମୋହନ ସାମଲ କହିଛନ୍ତି । ଅନ୍ୟପଟେ ରାଜନୀତି କରିବାର ସମସ୍ତଙ୍କର ଅଧିକାର ଅଛି କିନ୍ତୁ ଦେଶର ବ୍ୟବସ୍ଥା, ସମ୍ବିଧାନ ଓ ଆଇନ କାନୁନକୁ ମାନିକି ଚାଲିବାକୁ ପଡ଼ିବ । ଯାହାକୁ ରାଜନୀତି କରିବାର ଅଛି ଚାକିରି ଛାଡି, ରାଜନୀତି କରନ୍ତୁ ।

ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ରାଜ୍ୟରେ ଦୁଇ ଡ଼ର୍ଜନ ମନ୍ତ୍ରୀ ଅଛନ୍ତି, ମନ୍ତ୍ରୀମାନେ ହେଉଛନ୍ତି ଶାସନର ମୁଖ୍ୟ । ତେବେ ସଚିବ ପ୍ରଶାସନର ନିଷ୍ପତ୍ତି ନେଇ ପାରିବନି, କି ଘୋଷଣା କରି ପାରିବେନି, କି ଅନୁମୋଦନ ଦେଇ ପାରିବନି । ଚୂଡାନ୍ତ ନିଷ୍ପତ୍ତି ମନ୍ତ୍ରୀମାନେ ହିଁ ନେବେ । ତେଣୁ ଯଦି ତାଙ୍କୁ ନିଷ୍ପତ୍ତି ନେବାରେ ଅଛି ତେବେ ସେ ଇସ୍ତଫା ଦେଇ ମନ୍ତ୍ରୀ ହୋଇଯାଆନ୍ତୁ, ଶପଥ ନେଇଯାଆନ୍ତୁ । ସଚିବ ଏକୁଟିଆ ବୁଲନ୍ତୁ ଆଉ ଘୋଷଣା କରନ୍ତୁ କେହି ତାଙ୍କୁ ମନା କରିବେନି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *