ଓଡ଼ିଶା

ରାଜଧାନୀରେ କରୋନା କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳିତ

() ସମଗ୍ର ଦେଶରେ ୭୪ ତମ  ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି l ଦିଲ୍ଲୀରୁ ପଲ୍ଲୀ ସଜେଇ ହୋଇଛି ତ୍ରିରଙ୍ଗାର ରଙ୍ଗରେ। ରାଜଧାନୀ  ଭୁବନେଶ୍ୱରର ଗାନ୍ଧୀ ମାର୍ଗ ହୋଇ ଉଠିଥିଲା ଚଳଚଞ୍ଚଳ l ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସରେ ବ୍ରାସବ୍ୟାଣ୍ଡ ତାଳେ  ତାଳେ 50 ଟ୍ରୁପ କରିଥିଲେ  ପରେଡ ପ୍ରଦର୍ଶନ। ସେପଟେ ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ, ସାହାସିକତା କାର୍ଯ୍ୟ ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୋଲିସ ଅଫିସର  ପାଇଛନ୍ତି ମେଡାଲ l

ଦୀର୍ଘ ଦୁଇ ବର୍ଷ ପରେ କରୋନା କଟକଣା ମୁକ୍ତ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି l ଏଥିପାଇଁ ଦୁଲୁକିଥିଲା ଗାନ୍ଧୀମାର୍ଗ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପତାକା  ଉତ୍ତୋଳନ କରିଥିଲେ। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡରେ ବ୍ରାସବ୍ୟାଣ୍ଡ ତାଳେ  ତାଳେ 50 ଟ୍ରୁପ କରିଥିଲେ  ପରେଡ ପ୍ରଦର୍ଶନ l  ଏହାର ନେତୃତ୍ୱ ନେଇଥିଲେ କେସିଙ୍ଗା SDPO ୟସ ପ୍ରତାପ ଶ୍ରୀମାଲ । ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶର ଏକ ପୋଲିସ ଟ୍ରୁପ ମଧ୍ୟ ପରେଡରେ ସାମିଲ ହୋଇଛନ୍ତି। ଏହା ବ୍ୟତୀତ ବାଇକରେ ଡେ଼ୟାର ଡେଭିଲ ଦୁଃସାହସିକ କଳା ପ୍ରଦର୍ଶନ କରିବା ସହ ଓଡିଶା ସ୍କେଟିଂ ଏକାଡେମୀ ତରଫରୁ  କରାଯାଇଥିଲା  ଚିତାକର୍ଷକ ପ୍ରଦର୍ଶନ l

ଅନ୍ୟପଟେ ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ହୋଇଥିଲା ବା ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ଉତ୍ସବ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୋଲିସଙ୍କୁ ମେଡାଲ ପ୍ରଦାନ କରାଯାଇଥିଲା।  ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରୀଟି wing ଏସପି ସରୋଜ କୁମାର ମହାପାତ୍ର।  ସେହିଭଳି ସାହାସିକତା ପାଇଁ ଦୁଇ ଜଣ SOG କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି।  ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି l

ସ୍ୱରୂପା ମହାପାତ୍ରଙ୍କ ରିପୋର୍ଟ

Leave a Reply

Your email address will not be published.

Back to top button