ଆଲୋକ ବୋହରା ହେଲେ ଆରପିଏଫ୍ ର ନୂତନ ପ୍ରିନସିପାଲ ଚିଫ ସିକ୍ୟୁରିଟି କମିଶନର

Spread the love

ଭୁବନେଶ୍ୱର : ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳ (ଆରପିଏଫ୍‌) ର ନୂତନ ପ୍ରମୁଖ ସୁରକ୍ଷା କମିଶନର (ପିସିଏସସି) ଭାବେ ଆଲୋକ ବୋହରା ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳ ସେବା ଅଧିକାରୀ । ନୂତନ ଦାୟିତ୍ୱ ଗ୍ରହଣ ପୂର୍ବରୁ ସେ ମୁମ୍ବାଇ ରେଳବାଇ ବିକାଶ କର୍ପୋରେସନ୍ ଲିମିଟେଡରେ ଜେନେରାଲ୍ ମ୍ୟାନେଜର (ଏ ଆଣ୍ଡ ଏସ୍‌) ଭାବରେ କାର୍ଯ୍ୟ କରୁଥିଲେ ଯାହାକି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଧିନସ୍ଥ ଏକ ପିଏସୟୁ ଅଟେ । ସେ ରେଳ ସୁରକ୍ଷା ବଳର ବିଭିନ୍ନ ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି । ଆଲୋକ ବୋହରାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେ ୨୦୧୮ ରେ ଭାରତୀୟ ପୋଲିସ ସେବା ପଦକ ଏବଂ ୨୦୦୫ ରେ ରେଳବାଇ ସୁରକ୍ଷା ବଳ ମହା ନିର୍ଦେଶକଙ୍କ ପକ୍ଷରୁ ଉଚ୍ଚ ପ୍ରଶସ୍ତି ଓ ସୂଚକ ଚିହ୍ନ ସହିତ ଅନେକଥର ସମ୍ମାନିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *