କଂଗ୍ରେସ ସହିତ ଅଛି : ମୋକିମ୍

Spread the love

ଭୁବନେଶ୍ୱର : ଦଳରୁ ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି ମୁଁ ସେମିତି କିଛି କରିନି, ଯେଉଁଥିରେ ଜଣେ ସିଟିଂ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯିବ । ଜାନକୀ-ବସନ୍ତଙ୍କ ସମ୍ପର୍କରେ ଆଲୋଚନା ଚକ୍ର ଆୟୋଜନ କରିଥିଲୁ । ଉକ୍ତ କାର୍ଯ୍ୟକ୍ରମରେ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ । ସେହିପରି ନିଲମ୍ବନ ପରେ କଂଗ୍ରେସ ଛାଡ଼ିବା ପ୍ରଶ୍ନର ଉତରରେ ମୋକିମ କହିଛନ୍ତି ଆଜି ଶରତ ପଟ୍ଟନାୟକ ସଭାପତି ଅଛନ୍ତି, କାଲି ଆଉ କିଏ ଥିବେ । କଂଗ୍ରେସ କୌଣସି ବ୍ୟକ୍ତିଗତ ଦଳ ନୁହେଁ, ଏହା ସାମୁହିକ ଦଳ । କାହାପାଇଁ କାହିଁକି କଂଗ୍ରେସ ଛାଡ଼ିବି । ମୁଁ କଂଗ୍ରେସ ସହିତ ଅଛି ।

Leave a Reply

Your email address will not be published. Required fields are marked *