Kalahandi

ନୂତନ କାରାଗୃହ ପ୍ରତିଷ୍ଠା ଏବଂ କାରାବାସୀଙ୍କୁ ସୁଧାର କାର୍ଯ୍ୟକ୍ରମ

ଭବାନୀପାଟଣା :  ଗତକାଲି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ନୂତନ କାରାଗାର ପ୍ରତିଷ୍ଠା ଶୁକ୍ରବାର ୧୦ଘଂଟା ସମୟରେ ଆରମ୍ଭ ହୋଇ ୧୨ଘଂଟା ସମୟରେ ରେ ସମାତ୍ପ ହୋଇଥିଲା । ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ କାରାଗାରର ମୁଖ୍ୟ ଜିଲ୍ଲା ଜେଲ ଅଧିକାରୀ ଶ୍ରୀମତୀ ରଶ୍ମିପ୍ରଭା ରଏ ଏବଂ ପୂର୍ବତନ ଜିଲ୍ଲା ଚିକିତ୍ସା ଅଧିକାରୀ ଜଳନ୍ଧର ମେହେରଙ୍କ ତତ୍ୱାବଧାନରେ ମୂଖ୍ୟ କାରାଗାର ଅନ୍ତର୍ଗତ ନୂତନ କାରା ଗୃହ ପ୍ରତିଷ୍ଠା ତଥା କାରାଗାର ଅନ୍ତେବାସୀ ସୁଧାର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କାରାଗାର ରେ କାରାଦଣ୍ଡ ଭୋଗୁଥିବା ବନ୍ଦୀମାନଙ୍କୁ ନେଇ ଗାୟତ୍ରୀ ଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅଠାବନ ପ୍ରକାର ଜଡ଼ିବୁଟିରେ ନିର୍ମିତ ଶାକଲ୍ୟ ନାମକ ହବନ ସାମଗ୍ରୀ ଏଥିରେ ବ୍ୟବହୃତ ହୋଇଥିଲା, ଯାହା ଚାପଗ୍ରସ୍ତ ଅନ୍ତେବାସୀଙ୍କ ଶାରୀରିକ, ମାନସିକ ତଥା ଆତ୍ମ ବଳ ବୃଦ୍ଧିରେ ସାହାଯ୍ୟ କରିଥାଏ । ଏଥିରେ କଳାହାଣ୍ଡି ଗାୟତ୍ରୀ ପରିବାର ର ମୁଖ୍ୟ ସଂଯୋଜକ ତପନ କୁମାର ସାହୁ, ସନ୍ତୋଷ କୁମାର ପଣ୍ଡା, ରଞ୍ଜନ କୁମାର ତ୍ରିପାଠୀ, ଧନଞ୍ଜୟ ପଣ୍ଡା, ଗଣେଶ ଚନ୍ଦ୍ର ପୃଷ୍ଟି, ଦେବେନ୍ଦ୍ର ବିଶ୍ୱାଳ, ଧୋବା ସାହୁ ପ୍ରମୁଖ ଅଂଶଗ୍ରହଣ କରି ଅନ୍ତେବାସୀମାନଙ୍କୁ ମାର୍ଗଦର୍ଶନ କରିଥିଲେ । ନୂତନ ଗୃହ ପ୍ରତିଷ୍ଠା ସହ ଏକ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ସଂଚାଳନ କରିବା ସହ ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜର ବ୍ରହ୍ମୠଷି ପରମ୍ ପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଅମୃତ ବାଣୀ ଦ୍ୱାରା ବିଚାର କ୍ରାନ୍ତିର ବୀଜବପନ କରିଥିଲେ । ବନ୍ଦୀମାନଙ୍କୁ ସତ୍ ସାହିତ୍ୟ ବଂଟନ କରିଥିଲେ କଇଦିମାନେ ଆଗାମୀ ଦିନରେ ଆମେ ନିଶା ଦ୍ରବ୍ୟ ଆଉ ସେବନ କରିବୁନି ବୋଲି କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button