ସମୟରେ ଆସିଲାନି ଆମ୍ବୁଲାନ୍ସ, ଚାଲିଗଲା ରୋଗୀ ଜୀବନ

ଗଞ୍ଜାମ: ସରକାରଙ୍କ ଆମ୍ବୁଲାନ୍ସ ଯୋଜନା ଫେଲ।  ସମୟରେ ଆମ୍ବୁଲାନ୍ସ ନ ଆସିବାରୁ ଅଧା ରାସ୍ତାରେ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମଜିଲ୍ଲାର ବୁଗୁଡାରେ।

ବୁଗୁଡାର କରସିଙ୍ଗି ଗାଁ ହରିଜନ  ସାହିର କାର୍ତ୍ତିକ ନାଏକ ପାରିବାରିକ କଳହରେ ଅତିଷ୍ଠ ହୋଇ ବିଲରେ ବ୍ୟବହାର କରୁଥିବା କୀଟ ନାଶକ ଔଷଧ ଖାଇଦେଇଥିଲେ। ପରିବାର ଲୋକେ ଏହା ଜାଣି କାର୍ତ୍ତିକଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯାଇଥିଲେ। କିନ୍ତୁ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡିକାଲ ନେବାକୁ କହିଥିଲେ।

ତେଣୁ ପରିବାର ବର୍ଗ ୧୦୮ ଆମ୍ବୁଲାନ୍ସକୁ ଡାକଇଥିଲେ। କିନ୍ତୁ  ଆମ୍ୱୁଲାନ୍ସଟି ଆସିବା ପାଇଁ ପ୍ରାୟ ଏକ ଘଣ୍ଟା  ବିଳମ୍ବ କରିଥିଲା। ଫଳରେ ଉପଯୁକ୍ତ ଚିକିତ୍ସା ନ ପାଇ ଶେଷରେ ମୃତ୍ୟୁବରଣ କରିଥିଲେ କାର୍ତ୍ତିକ। ଏହାକୁ ନେଇ ପରିବାର ଲୋକେ ସରକାରଙ୍କ ଆମ୍ବୁଲାନ୍ସ ଯୋଜନା ଉପରେ ପ୍ରଶ୍ନବାଚୀ ଠିଆକରିଛନ୍ତି। ଯଦି ଆମ୍ବୁଲାନ୍ସ ଆସିବ ନାହିଁ କହିଥାନ୍ତା, ତେବେ ସେମାନେ ଅନ୍ୟ ବ୍ୟବସ୍ଥା କରିଥାନ୍ତେ ଓ କାର୍ତ୍ତିକ ବଞ୍ଚି ଯାଇଥାନ୍ତେ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *