ଭୁବନେଶ୍ୱର ପହଞ୍ଚିଲେ ଅମିତ ଶାହ, ବିମାନ ବନ୍ଦରରେ ପାରମ୍ପାରିକ ଶୈଳୀରେ ଭବ୍ୟ ସ୍ୱାଗତ

Spread the love

ଭୁବନେଶ୍ୱର : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡିଶା ଗସ୍ତରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ପାରମ୍ପାରିକ ଶୈଳୀରେ ଭବ୍ୟ ସ୍ୱାଗତ କରାଯାଇଥିଲା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତାଙ୍କ ସହ ଶହ ଶହ ସଂଖ୍ୟାରେ କାର୍ଯକର୍ତା ତାଙ୍କୁ ସ୍ୱାଗତ କରିଥିଲେ ।

ଶନିବାର ଦିନ ସକାଳେ ଶାହ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ଶାହ ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟଠାରେ ଦଳୀୟ କାର୍ଯ୍ୟକର୍ତା ଓ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ଶାହ ସନ୍ଧ୍ୟାରେ ଭୁବନେଶ୍ୱରରୁ ବିମାନ ଯୋଗେ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ । ।

Leave a Reply

Your email address will not be published. Required fields are marked *