ପାଳଲହଡା ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ କାର୍ଯ୍ୟ ମାଧ୍ୟମରେ ବ୍ଲକ ସ୍ତରୀୟ କୃଷି ଉଦ୍ୟାନ କର୍ମଶାଳା ଅନୁଷ୍ଠିତ

Spread the love

ପାଳଲହଡା : ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଉଦ୍ୟାନ ବିଭାଗ ଅଧିକାରୀ ସାନ୍ତନୁ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଆଜି କୃଷି ଉଦ୍ୟାନ କାର୍ଯ୍ୟାଳୟ ରେ ପାଳଲହଡା ଅଞ୍ଚଳର 27 ଗୋଟି ପଞ୍ଚାୟତ ର ଦୁଇଶହରୁ ଉର୍ଦ୍ଧ୍ୱ ଚାଷୀ ମାନଙ୍କୁ ନେଇ ଏକ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦିନିକିଆ ଶିବିର ଅନୁଷ୍ଠିତ ହେଉଅଛି ।

ରାଜ୍ୟ ଓ କେନ୍ଦ୍ର ସରକାର ଚାଷୀ ମାନଙ୍କ ମାନଦଣ୍ଡ ସୃଦୃଢ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀମାନଙ୍କୁ ସହାୟତା ପ୍ରଦାନ କରିବା ସହ ବିଭିନ୍ନ ସବସିଡ଼ ଦେଇ ଚାଷୀ ମାନଙ୍କୁ ମୂଖ୍ୟ ସ୍ରୋତରେ ସାମିଲ କରିବାରେ ସହାୟକ ହେଉଛନ୍ତି ।

ପାଳଲହଡା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଚାଳିଶ ଭାଗରୁ ଉର୍ଦ୍ଧ୍ୱ ଲୋକ କୃଷି ଭିତ୍ତିକ ଚାଷ କରି ନିଜର ପେଟପାଟଣା ପ୍ରତିପୋଷଣ କରି ଆସୁଛନ୍ତି । ପାଳଲହଡାର ଆଖପାଖ ଅଞ୍ଚଳ ତଥା ସଇଡା  ପଞ୍ଚାୟତ , ପେଚାମୁଣ୍ଡି ପଞ୍ଚାୟତ , କରଡାପାଳ ପଞ୍ଚାୟତ, ଶିଗଡ଼ ପଞ୍ଚାୟତ , କରଡାପାଳ ଓ ଚଷା ଗୁରୁଜାଙ୍ଗ ଭଳି ଅନେକ ପଞ୍ଚାୟତ ରେ ଶତାଧିକ ଚାଷୀ କୃଷି ଉଦ୍ୟାନ ବିଭାଗ ଠାରୁ କଦଳୀ , ଆମ୍ବ , ଅମୃତଭଣ୍ଡା, ପଣସ , ସପୁରି , ବେଲ ଚାରା ସବସିଡ଼ ମାଧ୍ୟମରେ ନେଇ ଚାଷ କରିବା ସହ ନିଜକୁ ସଫଳ ଚାଷୀ ଭାବରେ ଜିଲ୍ଲା ଓ ରାଜ୍ୟରେ ସ୍ବତନ୍ତ୍ର ଚାଷୀ ଭାବରେ ନିଜକୁ ପ୍ରତିପାଦନ କରି ପାରିଛନ୍ତି ।

ଆଜି ଏକି ଦିନିକିଆ କର୍ମଶାଳା ମାଧ୍ୟମରେ ଅନୁଗୋଳ ଜିଲ୍ଲା  AAE, DDH ଜ୍ୟୋତିର୍ମୟୀ ସୋରୃନ ସିଧାସଳଖ ଶତାଧିକ ଚାଷୀ ମାନଙ୍କ ସହ ଦୁଇ ଘଣ୍ଟା ରୁ ଉର୍ଦ୍ଧ୍ୱ ସମୟ ଆଲୋଚନା କରି କିଭଳି ଚାଷୀ ମାନଙ୍କ ସମସ୍ୟା ସମାଧାନ ହୋଇ ପାରିବ ,MG NREGS ମାଧ୍ୟମରେ ଆମ୍ବ, ଲିଚୁ ଚାରା ନେଇ ସବସିଡ଼ ସୁବିଧାରେ ପାଇପାରିବେ , ପ୍ରଧାନମନ୍ତ୍ରୀ କୃଷି ସିଚାଇ ମାଧ୍ୟମରେ ଚାଷ କରିବା , ଡ୍ରିପ ମାଧ୍ୟମରେ ସ୍ୱଳ୍ପ ଖର୍ଚ୍ଚରେ ଚାଷ କରିବାର ସମସ୍ତ ପ୍ରଣାଳୀ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ ।

ଆଜିର ଏହି ଦିନିକିଆ କୃଷି କର୍ମଶାଳା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାଳଲହଡା ବ୍ଲକ ଅଧ୍ୟକ୍ଷା ରିନା ରାଣୀ ନାଏକ , ସନମାନିତ ଅତିଥି ଜିଲ୍ଲା ପରିଷଦ ମତୀ ସାବିତ୍ରୀ ମାଝୀ , ନିଜିଗଡ଼ ପଞ୍ଚାୟତ ନାଏବ ସରପଞ୍ଚ ମମତା ଓଝା, ADH ସନ୍ତୋଷ କୁମାର ନାଏକ , BTM କୈଳାସ ଚନ୍ଦ୍ର ପ୍ରଧାନ , ADH ତାଳଚେର ପ୍ରଭାତି ବେହେରା ଓ ପାଳଲହଡା କୃଷି ଅଧିକାରୀ ସାନ୍ତନୁ କୁମାର ନାୟକ ଉପସ୍ଥିତ ରହିବା ସହ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *