କନ୍ୟା ସଶକ୍ତ ଭାରତ ଗଠନ ଉତ୍ସବ ପାଳିତ।

Spread the love

ପାଲଲହଡା : ଆମ ପ୍ରତିଭା ଆମ ଗୌରବ, ପାଲଲହଡା ଅନୁଷ୍ଠାନ ଆନୁକୁଲ୍ୟରେ ପାଲଲହଡା ଉପଖଣ୍ଡ ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟ ପରିସର ରେ କନ୍ୟା ସଶକ୍ତ ଭାରତ ଗଠନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆମ ପ୍ରତିଭା ଆମ ଗୌରବ, ପାଲଲହଡାର ପ୍ରତିଷ୍ଠାତା ଢେ଼ଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ମାତୃଶକ୍ତି ସମାଜକୁ ଉପଯୁକ୍ତ ଭାବେ ଗଢି ତୋଳିବା ପାଇଁ ଅନେକ କଷ୍ଟ ସହିଥାନ୍ତି । ତେଣୁ ସେମାନେ ଆମ ପାଇଁ ସର୍ବଦା ପୂଜ୍ୟ ଏବଂ ପାଲଲହଡା ସମଗ୍ର ଭାରତ ବର୍ଷରେ ନାରୀ ପୁରୁଷ ଅନୁପାତରେ ସର୍ବାଧିକ ସ୍ଥାନ ଅଧିକାର କରିଛି ବୋଲି ପ୍ରକାଶ କରିଥିଲେ । ସ୍ଵତନ୍ତ୍ର ଅତିଥି ଭାବରେ ପାଲଲହଡା ବିଧାୟକ ଶ୍ରୀଯୁକ୍ତ ମୁକେଶ ପାଲ ଯୋଗଦେଇ କନ୍ୟା ସନ୍ତାନ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରି ଯୋଜନା ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବରେ ପାଲଲହଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ରୀନାରାଣୀ ନାଏକ, 23 ନଂ ଯୋନ ଜିଲ୍ଲାପରିଷଦ ସଦସ୍ୟା ସାବିତ୍ରୀ ମାଝୀ ଏବଂ ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ପ୍ରଧାନ ଯୋଗଦାନ କରି କନ୍ୟା ସନ୍ତାନ ତଥା ମାତୃ ଶକ୍ତିର ଅବଦାନ ଓ ତ୍ୟାଗ ବିଷୟରେ ଆଲୋକପାତ କରିଥିଲେ । ଏହି ଉତ୍ସବ ରେ ବିଭିନ୍ନ କ୍ଷେତ୍ର ରେ କୃତିତ୍ୱ ଅର୍ଜନ କରିଥିବା କନ୍ୟା ଛାତ୍ରୀ ମାନଙ୍କୁ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଥିଲା। ଶ୍ରୀଯୁକ୍ତ ସୁଶୀଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସଂଗଠନର ସଂପାଦକ ଅଧ୍ୟାପକ ରୁଦ୍ରନାରାୟଣ ସାହୁ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ମହତାବ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଙ୍କଧର ପ୍ରଧାନ ମଞ୍ଚପରିଚଳନା କରିଥିଲେ । ବିଭିନ୍ନ ବିଦ୍ୟାଳୟରୁ ହଜାରେ ରୁ ଉର୍ଦ୍ଧ ଛାତ୍ରୀ, ଶିକ୍ଷକ ତଥା ଅଭିଭାବକ ମାନେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *