ଖାଦ୍ୟ ଅନ୍ୱେଶଣରେ ଯାଇ ଦିର୍ଘ ଚାରି ଦିନ ଧରି ବିଲ ମଝିରେ ଫଶି ରହିଲେ ବୃଦ୍ଧା ଭିକ୍ଷୁକ, ଉଦ୍ଧାର କଲା ଅଗ୍ନିଶମ ବିଭାଗ

ପାଲଲହଡା : ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକରେ ଦେଖିବାକୁ ମିଳିଛି ଅଭାବନିୟ ଚିତ୍ର । ଜଣେ ବୃଦ୍ଧା ଭିକ୍ଷୁକ ଭିକ ମାଗି ବଞ୍ଚୁଥିବା ବେଳେ ଚାରି ଦିନ ପୂର୍ବରୁ ଖାଦ୍ୟ ଅନ୍ୱେସଣରେ ଯାଇ ଏକ ଜମି ବେରଣା ଭିତରେ ଦୀର୍ଘ ଚାରି ଦିନ ହେବ ଭୋକ ଓପାସରେ ଫସି ରହି ଥିଲେ, ଚାରି ଦିନ ପରେ ଖବର ପାଇ ମୁର୍ମୁସଃ ଅବସ୍ଥାରେ ଆଜି ଉଦ୍ଧାର କରିଛି ପାଲଲହଡା ଅଗ୍ନିଶମ ବିଭାଗ। ଏହି ଘଟଣା ଘଟିଛି ବାଲିପସୀ ପଞ୍ଚାୟତ ଫାପଣ୍ଡ ଗାଁ ରେ।
ସୂଚନା ଅନୁସାରେ ଦେଓଗଡ ଜିଲ୍ଲା ବାରକୋଟ ବ୍ଲକ ପାଞ୍ଚ ଗାଁ ଅଞ୍ଚଳର ଜଣେ ୮୫ ବର୍ଷୀୟ ବୃଦ୍ଧା ଦୀର୍ଘ ଛ ମାସ ହେବ ପାଲଲହଡା ବାଲିପସୀ ପଞ୍ଚାୟତର ଆଖ ପାଖ ଗାଁ ରେ ଭିକ୍ଷା ବୃତ୍ତି କରି ଚଳି ଆସୁଥିଲେ, ତେବେ ଗତ ଚାରି ଦିନ ପୂର୍ବରୁ ସେ ଖାଦ୍ୟ ପାଇଁ ଫପଣ୍ଡ ଗାଁ ରୁ ଏକ ମାଟି ରାସ୍ତା ରେ ମାଙ୍କଡ଼ା ନଦୀ କୁଳ ଏକ ଜମି ବେରଣାରେ ବର୍ଷା ଯୋଗୁଁ ଫସି ରହି ଯାଇଥିଲେ। ଫପଣ୍ଡ ଗାଁ ଲୋକେ ଦେଖି ପାଲଲହଡା ଅଗ୍ନିଶମ ବିଭାଗକୁ ଆଜି ଖବର ଦେଇଥିଲେ, ଖବର ପାଇ ଅଗ୍ନି ଶମ ବିଭାଗ ଛଅ କିଲୋମିଟର କାଦୁଅ ରାସ୍ତାରେ ଫାପଣ୍ଡ ଠାରୁ ଜମି ବେରଣା ଦେଇ ପାଲଲହଡା ବିଧାୟକ ମୁକେଶ ପାଲଙ୍କ ଘର ପାଖରେ କାଦୁଅ ପଚ ପଚ ରାସ୍ତାରେ ଷ୍ଟ୍ରେଟଚେର ଉକ୍ତ ୮୫ ବାର୍ଷିୟ ବୃଦ୍ଧା ମହିଳାଙ୍କୁ ମୁମୁର୍ସ ଅବସ୍ଥାରେ ଉଦ୍ଧାର କରି ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରି ଥିବା ଜଣା ପଡିଛି। ତେବେ ବାଲିପସୀ ପଞ୍ଚାୟତର ବିଭିନ୍ନ ସାହିକୁ ରାସ୍ତା ଭଲ ନଥିବା ଯୋଗୁଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହଉଥିବା ଅଭିଯୋଗ କରିବା ସହ ପ୍ରସାଶନର ଦୃଷ୍ଟି ପାଇଁ ଦାବୀ କରିଛନ୍ତି ।