ପାଳଲହଡା ମାଲ୍ୟଗିରି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମାନି !  ଯୁକ୍ତ ଦୁଇ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଖେଳ ପଡିଆକୁ କଲେ ନଷ୍ଟ, ସଭାପତିଙ୍କ ବିନା ଅନୁମତି ରେ ଚାଲିଛି କାମ

Spread the love

ପାଳଲହଡା – ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ମାଲ୍ୟଗିରି ମହାବିଦ୍ୟାଳୟ ଏକ ଅନ୍ୟତମ ମହାବିଦ୍ୟାଳୟ । ଏହି ବିଦ୍ୟାଳୟ 79 ମସିହାରେ ରେ ଆରମ୍ଭ ହୋଇଥିଲା ।  ବହୁ ଘାତ ପ୍ରତିଘାତ ଭିତରେ ଏହା ଗତିକରି ବର୍ତ୍ତମାନ ଏକ ସୁଦୃଢ ତଥା ଅନୁଗୁଳ ଜିଲ୍ଲା ରେ ଏକ ସ୍ବତନ୍ତ୍ର କଲେଜ ର ମାନ୍ୟତା ରେ ପରିଗଣିତ ହେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ମହା ମହାବିଦ୍ୟାଳୟରେ ପାଖାପାଖି 1200 (ବାର ଶହ) ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଜଣା ପଡିଛି । ଅନେକ ବର୍ଷ ହେବ ଏହା ର ଅବସ୍ଥିତ ପଟ୍ଟା ଜଙ୍ଗଲ  ଜମି ଥିବା ବେଳେ ଗତ ବର୍ଷ ମାଲ୍ୟଗିରି ମହାବିଦ୍ୟାଳୟ  ନିଜସ୍ବ ସରକାରଙ୍କ ଠାରୁ ଦଶ ଏକର ପଟ୍ଟା ହାତେଇବାରେ ସଫଳ ହୋଇଛି । ଏହା ସରକାରଙ୍କ ର ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ।  ଏହି ମହାବିଦ୍ୟାଳୟ ପଛ ପାଖକୁ ଲାଗି ଏକ ବିରାଟ ପାଖାପାଖି ଦୁଇଏକର ବିଶିଷ୍ଟ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଖେଳ ପଡିଆ ଉଦିଷ୍ଟ ଅଛି । ଏହି ପଡିଆରେ ପ୍ରତିବର୍ଷ ପିଲାମାନେ ବାର୍ଷିକ ଖେଳ ପ୍ରତିଯୋଗିତା କରି ଆସୁଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ମାଲ୍ୟଗିରି ମହା ବିଦ୍ୟାଳୟ କୁ କୋଟି କୋଟି ଟଙ୍କା ଅର୍ଥ ଅନୁଦାନ ଦେଇ ଶ୍ରେଣୀ ଗୃହ ନିର୍ମାଣ ହୋଇଛି । ଚଳିତ ବର୍ଷ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠିରୁ (D-M-F-) ରୁ ପାଖାପାଖି ସାଢେ ଚାରିକୋଟି ଟଙ୍କା ଅଟକଳ ବ୍ୟୟ ବରାଦରେ ଯୁକ୍ତ ଦୁଇ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଅର୍ଥ ରାଶି ଅନୁଦାନ କରା ଯାଇଛି । ଏହା ସବୁଠାରୂ ବଡ଼ ସ୍ବାଗତଯୋଗ୍ୟ ପଦକ୍ଷେପ, ଏହାକୁ କେହି ଅସ୍ବୀକାର କରି ପାରିବେ ନାହିଁ । ମାତ୍ର ବିଡମ୍ବନା ର ବିଷୟ କଲେଜ ପରିସରରେ ଅନେକ ସ୍ଥାନ ଅଛି ଯେଉଁଠି ଏହି ସତୁରି ମିଟର ଲମ୍ବ ଓ ପନ୍ଦର ମିଟର ଓସାର ବିଶିଷ୍ଟ ଶ୍ରେଣୀ ଗୃହଟି ଅତି ସୁନ୍ଦର ଭାବରେ ନିର୍ମାଣ କରାଯାଇ ପାରନ୍ତା ହେଲେ ଏହାକୁ କୋଉ ଆଧାରରେ ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଖେଳ ପଡିଆକୁ ପାଖାପାଖି ଚାଳିଶ ଭାଗ ଅଂଶ ନଷ୍ଟ କରି ଦିଆ ଯାଉଛି । ଯେଉଁ ସ୍ଥାନରେ ଖେଳ ପଡିଆ ସେଇଠି କାହିଁକି ଶ୍ରେଣୀ ଗୂହ ନିର୍ମାଣ ହେଉଛି ?  ଏଠି କଲେଜ କତୃପକ୍ଷ କିଭଳି ନିତି ନୈତିକତା ର କଥା କହି ସମସ୍ତ ସରକାରୀ ନିତିନିୟମ କୁ ଜଳାଞ୍ଜଳି ଦେଇ ସମସ୍ତ ନିୟମ କୁ ମୋଡିମାଡି ଫୋପାଡ଼ି ଦେଉଛନ୍ତି  । ଚଳିତ ବର୍ଷ 2022 ,  2023 ମସିହାରେ ଖେଳପଡିଆ ଉନ୍ନତି କରଣ ପାଇଁ ମନରେଗା (MGNREGA) ମାଧ୍ୟମରେ ପାଖାପାଖି ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ଖର୍ଚ୍ଚ ମଧ୍ୟ ହୋଇଛି । ତେବେ ସମସ୍ତ

 ନିୟମ ଦୃଷ୍ଟି ରୁ ମହାବିଦ୍ୟାଳୟ ର ଏକ ଗଭର୍ଣିବଡି କମିଟି ଥିବା ସ୍ଥଳେ କଲେଜ କତୃପକ୍ଷ କୈଣସି ବୈଠକ ନକରି ବା ବୈଠକରେ ଏହାର ସ୍ଥାନ ନିରୂପଣ ପାଇଁ ରିଜୋଲେସନ ପ୍ରସ୍ତାବ ଗୃହିତ  ନକରି ଖେଳ ପଡିଆ କୁ ନଷ୍ଟ କରି ଦେଉଛନ୍ତି ତାହା ଏକ ବଡ଼ ପ୍ରଶ୍ନ ବାଚି ?  ଏହାକୁ ନେଇ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ମିଶ୍ର ଙ୍କୁ ପଚାରିବାରୁ ସେ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ ଯେହେତୁ ମୁଁ ନିଜେ କଲେଜର ଅଧ୍ୟକ୍ଷ ଓ ସେକ୍ରେଟାରୀ ଅଛି ଓ ସ୍ଥାନୀୟ ଉପଜିଲ୍ଲାପାଳ ସଭାପତି ଅଛନ୍ତି ଖେଳ ପଡିଆ କୁ କିଛି ନଷ୍ଟ କରି କଲେଜ ର ବିକାଶ ପାଇଁ ମୁଁ ନିଜେ ନିଷ୍ପତ୍ତି ନେଇଛି ,   ଖେଳ ପଡିଆକୁ ଆମେ ପୁନର୍ବାର କିଛି ଗଛ କାଟି ବଢାଇବାରେ ଚିନ୍ତା କରିବୁ ପ୍ରଥମେ ଗୃହ ନିର୍ମାଣ କାର୍ଯ୍ୟ ହେଉ ଏହାକୁ ନେଇ କୈଣସି ଗଭର୍ଣିବଡି ବୈଠକର ଆବଶ୍ୟକତା ନାହିଁ କି ଛାତ୍ରଛାତ୍ରୀ ମାନଙ୍କ ମତାମତ ଓ ଅଭିଭାବକ ମାନଙ୍କ ମତାମତ ର ଆବଶ୍ୟକତା ନାହିଁ ବୋଲି ରୋକଠୋକ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ସଭାପତିଙ୍କୁ ଆମେ ମୈଖିକ ଜଣାଇଛୁ କିନ୍ତୁ ଲିଖିତ ନୁହଁ କି ସେ କୈଣସି ଲିଖତ ଅନୁମତି ଦେଇ ନଥିବା ପ୍ରକାଶ କରିଛନ୍ତି । ଏଠି ପ୍ରଶ୍ନ ଉଠେ ନୂତନ ଶ୍ରେଣୀ ଗୂହ ଅନ୍ୟତ୍ର କୋଉଠିବି ନିର୍ମାଣ କରା ଯାଇ ପାରିଥାନ୍ତା ହେଲେ ଖେଳ ପଡିଆକୁ କାହିଁକି ନଷ୍ଟ କରା ଯାଉଛି ?  ତେବେ ଚଳିତ ବର୍ଷ ଖେଳପଡିଆ ଉନ୍ନତି କରଣ ପାଇଁ କାହିଁକି ମନରେଗା ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଗଲା ?

 କଲେଜ ଅଧ୍ୟକ୍ଷ କାହିଁକି ଗଭର୍ଣିବଡି ବୈଠକରେ ଏହାକୁ ରିଜୋଲେସନ କରି ଅନୁମତି ନେଇ ନାହାଁନ୍ତି ? କାହିଁକି ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମତାମତ ନେଇ ନାହାନ୍ତି ବା କୈଣସି ବୈଠକ କରିବାକୁ ଠିକ ମନେ କରି ନାହାଁନ୍ତି ?  ସେ ସଭାପତି ଙ୍କୁ କୈଣସି ଲିଖିତ ନଦେଇ କାହିଁକି ମୈଖିକ ଜଣାଇ କାର୍ଯ୍ୟ ଆରମ୍ଭ କରିଛନ୍ତି ?  ମାନୁଛୁ ଅଧ୍ୟକ୍ଷ ମହାଶୟ ମହାବିଦ୍ୟାଳୟ ର ଶର୍ବେସର୍ବା ତାମାନେ ନୁହଁ ଖେଳ ପଡିଆକୁ ମନମୁଖି ଭାବରେ ନଷ୍ଟ କରିବେ । ଏହାକୁ ନେଇ ମହାବିଦ୍ୟାଳୟ ରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ,  ଅଭିଭାବକ ମହଲର ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଯଦି ଶ୍ରେଣୀ ଗୃହକୁ ଅନ୍ୟତ୍ର ସ୍ଥାନାନ୍ତରିତ କରା ନଯାଏ ତେବେ ଆନ୍ଦୋଳନ କୁ ଓହ୍ଲାଇ ବେ ବୋଲି ଆମ ନକ୍ଷତ୍ର ନ୍ୟୁଜ କୁ କଲେଜ ର ଛାତ୍ରଛାତ୍ରୀ ପ୍ରତିକ୍ରିୟା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *