ପାଲଲହଡା : ଦାରିଦ୍ର୍ୟତାର ବିକିଳ ଚିତ୍ର । ଶିକ୍ଷକଙ୍କ ଘରେ ଦାଦନ ଖଟୁଛନ୍ତି ଛାତ୍ର । ଏମିତି କିଛି ଦାଦନର ବିକଳ ଚିତ୍ର ସାମ୍ନା କୁ ଆସିଛି ଅନଗୁଳ ଜ଼ିଲ୍ଲା ପାଲଲହଡା ବ୍ଲକ ନିଜିଗଡ଼ ପଞ୍ଚାୟତର ଭୋଜପୁର ଆଦିବାସୀ ସାହିରୁ । ଗୋଟେ ପଟେ ସରକାର କହୁଛନ୍ତି ଏଠି କେହି ଭୋକରେ ରହିବେନି ଆଉ ସବୁ ଶିଶୁ ପାଠ ପଢି ଶିକ୍ଷିତ ଓ ବିକିଶିତ ହେବେ । ହେଲେ ଏଠି ପହଞ୍ଚି ପାରୁନି ସରକାରଙ୍କ ସେହି ସ୍ଲୋଗାନ, ବୋଧ ହୁଏ ସରକାରଙ୍କ ସେହି ସ୍ଲୋଗାନ ଅଟକି ରହିଛି କେବଳ ସରକାରୀ କାନ୍ଥରେ ।
ଖବର ରୁ ଜଣା ଯାଏ ଯେ, ପାଲଲହଡା ଭୋଜପୁର ସାହି ର ଜୈନିକ ଶିକ୍ଷକ ଦୁଃଖ ବନ୍ଧୁ ଜଙ୍କ(ଟୁନି) କେନ୍ଦୁଝର ଜିଲ୍ଲା ବାଡନ୍ସପାଳ ବ୍ଲକର ଏକ ସ୍କୁଲରେ ଦୀର୍ଘ ବର୍ଷ ହେବ ଶିକ୍ଷକତା ଭାବେ କାର୍ଯ୍ୟ କରି ଆସୁଛନ୍ତି । ସେହି ପାହାଡି ଅଞ୍ଚଳର ନରସିଂହ ପୁର ନାମକ ଏକ ଗାଁ ରୁ ସୁନିଆ ମୁଣ୍ଡା ବାର ବର୍ଷର (ଷଷ୍ଠ ଶ୍ରେଣୀ ଛାତ୍ର)ଏକ ଗରିବ ଆଦିବାସୀ ଶିଶୁକୁ ତାଙ୍କ ଘର ଲୋକଙ୍କୁ ପାଠ ପଢିଇବା ସହ ଘରେ କାମ ଧାମ କରାଇବାର ପ୍ରତଶ୍ରୁତି ଦେଇ ବିଗତ ଚାରି ବର୍ଷ ହେବ ଆଣି ଘରେ ରଖିଛନ୍ତି l ସବୁଠୁ ବଡ କଥା ହେଲା ଶିକ୍ଷାଦାନ ଆଳରେ ଜଣେ ଶିକ୍ଷକ ଗରିବ ଅଦବାସୀ ଶିଶୁକୁ ଦୈନିକ ଦଶ ଟଙ୍କାରୁ ପନ୍ଦର ଟଙ୍କା ମଜୁରୀ ଦେଇ ନିଜ ବାଡ଼ି ବଗିଚା ଓ ଚାଷ ଜମି ରେ ଖଟାଉଛନ୍ତି, ପାଠ ପଢିଇବା ତ ଦୂରର କଥା । ଶିଶୁଟିର ପରିବାରର ଆର୍ଥିକ ଅବସ୍ଥା ଜମା ଭଲ ନଥିବାରୁ ବା ଭଲ ଗଣ୍ଡେ ଖଇବା କୁ ନମିଳିବାରୁ ଶିଶୁଟିକୁ ଶିକ୍ଷକ ଦୁଃଖ ବନ୍ଧୁ ନିଜ ଘରକୁ ଆଣିଥିଲେ l ହେଲେ ବିଡମ୍ବନାର ବିଷୟ ଶିକ୍ଷକଙ୍କ ପାଖରେ ଚାରି ବର୍ଷ ରହିବା କାଳରେ ଶିଶୁଟିର ଦୁଃଖ ଆହୁରି ବଢ଼ି ଯାଇଛି, ପାଠ ପଢିବା ତ ଦୂରର କଥା ଛାତ୍ରଟିକୁ ଭଲ ସେ ଖଇବାକୁ ଦେଉନାହାନ୍ତି, ଯାହା କି ଓଳିଏ ଓଳିଏ ଉପାସ ରେ ରହୁ ଥିବା ଶିଶୁ ଟି କୋହ ଭରା କଣ୍ଠରେ ପ୍ରକାଶ କରିଛି । ଛାତ୍ର ସୁନିଆ ମୁଣ୍ଡା ଶିକ୍ଷକଙ୍କୁ ଅନେକ ଥର ଘରେ ଛାଡି ଦେବା ପାଇଁ କାକୁତି ମିନତୀ ହଉଥିଲେ ସୁଦ୍ଧା ଶିକ୍ଷକ କିଛି ଶୁଣୁ ନଥିବା ଛାତ୍ରଟି ଅଭିଯୋଗ କରିଛି । ପେଟ ପାଟଣା ପାଇଁ ନିଜକୁ ଏଠି ଦାଦନ ସଜାଇଛି ଷଷ୍ଠ ଶ୍ରେଣୀର ଛାତ୍ର । ତଥାପି ଦରିଦ୍ରତାର ତାଡନା ଭିତରେ ଶିଶୁଟି ଖୋଜୁଛି ନିଜର ଭାବିଷ୍ୟତ ଓ ପାଠ ପଢି ଶିକ୍ଷିତ ହୋଇ ସଜାଡିବା କୁ ଚାଁହୁଛି ନିଜର ଉଜ୍ୱଳ ଭବିଷ୍ୟତ ।
ଏଠି ପ୍ରଶ୍ନ ଉଠେ ଶିକ୍ଷାଦାନ ଆଳରେ ଛାତ୍ରଟିର ଦରିଦ୍ରତାର ଫାଇଦା ନେଇ ଶିକ୍ଷକ କେମିତି ଭୁଲି ଯାଇଛନ୍ତି ନିଜର ମାନବିକତା କୁ ? ପରିବାରର ଦରିଦ୍ରତା ପାଇଁ ଗରିବ ସୁନିଆ ମୁଣ୍ଡା କାହିଁକି ଏଠି ଦଣ୍ଡ ପାଇବ ବା ବନ୍ଧା ପଡିବ ? ଛାତ୍ରଟିକୁ ଦାଦନରେ ସଜାଇବା ରେ କିଏ ଦାୟି ?
କଂଅଳ ବୟସ ରେ ପାଠ ପଢା ବଦଳରେ, ଯଉଁ ହାତ ରେ ବହି ଓ କଲମ ଧରିବା କଥା ସେହି ବୟସରେ ପେଟ ପାଟଣା ପାଇଁ ହାତରେ କୋଡ଼ି ଓ କୁରାଢ଼ୀ ଧରି କାହିଁକି ଦାଦନ ସାଜିଛି ? ଏହା କଣ ଶିଶୁ ସୁରକ୍ଷା ଆଇନକୁ ଉଲଂଘନ କରୁ ନାହିଁ କି ? ଛାତ୍ରରୁ ଦାଦନ ସାଜି ଥିବା ସୁନିଆ ମୁଣ୍ଡା ତା କୋହ ଭରା କଣ୍ଠରେ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛି ତାକୁ ସରକାରୀ ସହାୟତା ମିଳୁ ଓ ପୁଣି ସେ ଛାତ୍ର ଜୀବନକୁ ଫେରିଯାଉ ।
ଛାତ୍ରର ଅଭିଯୋଗକୁ ନେଇ ଆମେ ଶିକ୍ଷକଙ୍କ ସହ ଯୋଗାଯୋଗ କରି ଥିଲୁ ହେଲେ ଶିକ୍ଷକ କୌଣସି ଉତ୍ତର ଦେଇ ନଥିଲେ ।
ଆଶା କରିବୁ ଗରିବ ଅଦବାସୀ ଛାତ୍ର ସୁନିଆ ମୁଣ୍ଡାର କୋହ ଭରା ଅଛିଣ୍ଡା ପରି ଭାଷାକୁ ଓ ଆଖିରୁ ଝରି ପଡ଼ୁଥିବା ଲୁହକୁ ପ୍ରଶାସନ ଥରୁଟିଏ ବୁଝନ୍ତୁ ଓ ତା ଭାବିଷ୍ୟତକୁ ସଜାଡ଼ିବାରେ ସହାୟକ ହୁଅନ୍ତୁ ।