ନୂଆପଡ଼ା : ଖଡ଼ିଆଳ ବିକାଶ ମଂଚ ପକ୍ଷରୁ ୫ଟି ସଚିବ ଭିକେ ପଣ୍ଡିଆନଙ୍କ ନୂଆପଡା ଗସ୍ତର ସୁଯୋଗ ନେଇ କଂଟାବାଞ୍ଜି ଠାରୁ କୋକସରା ଭାୟା ଖଡ଼ିଆଳ ୧୧୦ କିଲୋମିଟର ରେଳପଥ ନିର୍ମାଣ ନେଇ ଓଡିଶା ସରକାରଙ୍କ ସ୍ୱୀକୃତି ପାଇଁ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହା ଦ୍ୱାରା ପଶ୍ଚିମ ଓଡିଶାର ଲାଇଫ ଲାଇନ କହୁଥିବା ରେଳପଥ ଦ୍ୱାରା ଅଂଚଳରେ ଉନ୍ନତ ମାନର ଗମନା ଗମନ ଏବଂ ନୂଆପଡା ଜିଲାରେ ଶିଳ୍ପର ବିକାଶ ହେବା ସୁନିଶ୍ଚିତ ହେବ । ଖଡ଼ିଆଳକୁ ରେଳପଥ ଦାବୀ ହୋଇ ଆସୁଥିବା ବେଳେ ୨୦୦୮-୦୯ ରେଳ ବଜେଟରେ ଆରଟିଆଇ ସର୍ଭେ ପାୟ ୧୦ କୋଟି ୯୧ ଲକ୍ଷ ଟଙ୍କା ମଞ୍ଜୁର ହୋଇ ୨୦୧୩-୧୪ ରେ ରେଳ ବିଭାଗର ବ୍ଲକ ବୁକରେ ରହିଥିବା ବେଳେ ୨୦୧୫-୧୬ ଆର୍ôଥକ ବର୍ଷରେ ସର୍ଭେ କାର୍ଯ୍ୟ ଶେଷ ହୋଇଅଛି । ବିକାଶ ମଂଚ ପକ୍ଷରୁ କଂଟାବାଞ୍ଜି ଠାରୁ ଜୟପୁର ଭାୟା ଖଡ଼ିଆଳ, ଆମପାଣି, ନବରଙ୍ଗପୁରକୁ ପ୍ରଥମ ଦାବୀ କରିଥିଲେ । ଏହି ସର୍ଭେରେ ପ୍ରଥମ ପ୍ରକଳ୍ପ ଜୟପୁର ନବରଙ୍ଗପୁର ଦ୍ୱିତୀୟ ପ୍ରକଳ୍ପ ଜୁନାଗଡ଼-ନବରଙ୍ଗପୁର ପ୍ରକଳ୍ପ ରହିଛି । କଂଟାବାଞ୍ଜି ଠାରୁ କୋକସରା ଭାୟା ଖଡ଼ିଆଳ ୧୧୦ କିଲୋମିଟର ରେଳପଥ ନିର୍ମାଣ ଦାବୀ କରିଛନ୍ତି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now