ଝାରପଡା ଜେଲ୍‌ରେ ସାବିତ୍ରୀ ବ୍ରତ ପାଳନ କଲେ ଅର୍ଚ୍ଚନା ନାଗ

Spread the love

ଆଜି ହେଉଛି ପବିତ୍ର ସାବିତ୍ରୀ ଅମାବାଶ୍ୟା । ଏହି ପବିତ୍ର ଅବଶରରେ ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ଝାରପଡା ଜେଲରେ ଥିବା ଅର୍ଚ୍ଚନା ନାଗ ଜେଲ ଭିତରେ ସ୍ୱାମି ଜଗବନ୍ଧୁ ଚାନ୍ଦଙ୍କ ପାଇଁ ପାଳନ କରିଛନ୍ତି ସାବିତ୍ରୀ ବ୍ରତ ।  ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହ ଅନ୍ୟ ୨୩ ଜଣ ମହିଳା ଅନ୍ତେବାସୀ ପାଳନ କରିଛନ୍ତି ସାବିତ୍ରୀ ବ୍ରତ ।

ଜେଲ କର୍ତ୍ତ୍ଋପକ୍ଷ ଏଥିପାଇଁ ସେମାନଙ୍କୁ ନୂଆ ଶାଢ଼ି, ଭୋଗ, ଫଳ, ଶଙ୍ଖା, ସିନ୍ଦୂର ଇତ୍ୟାଦି ଯୋଗାଇ ଦେଇଥିଲେ । ଜେଲ କର୍ତ୍ତୃପକ୍ଷ ଅନ୍ତେବାସୀ କଏଦି ମାନଙ୍କର ମାନସିକତାରେ ପରିବର୍ତ୍ତନ ଆଣିବା ପାଇଁ ଏଭଳି ପଦକ୍ଷେପ ନେଇଥିଲେ ।   

ଗତ ଏପ୍ରିଲ ୧୧ ତାରିଖରେ ଅର୍ଚ୍ଚନା ନାଗଙ୍କୁ ଗୋଟିଏ କେସ୍‌ରେ ହାଇକୋର୍ଟରୁ ଜାମିନ ସର୍ତ୍ତମୂଳକ ମିଳିଛି । ହେଲେ ଏବେ ବି ଅନ୍ୟ ଏକ ମାମଲାର ଶୁଣାଣି ଶେଷ ହୋନଥିବାରୁ ଜେଲରେ ରହିଛନ୍ତି ଅର୍ଚ୍ଚନା ।

Leave a Reply

Your email address will not be published. Required fields are marked *