ଆଜି ଦିନ ୧୧ଟା ୩୦ ସୁଦ୍ଧା ୧୦ଟି ସହରର ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ : ଝାରସୁଗୁଡ଼ାରେ ସର୍ବାଧିକ ୪୩.୪

Spread the love

ଭୁବନେଶ୍ଵର : ରାଜ୍ୟରେ ଅସହ୍ୟ ଗରମ ସାଙ୍ଗକୁ ଭୀଷଣ ଗୁଳୁଗୁଳି ଜାରି ରହିଛି । ଆଜି ଦିନ ୧୧ଟା ୩୦ ସୁଦ୍ଧା ୧୦ଟି ସହରର ତାପମାତ୍ରା ୩୩ ଡ଼ିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବାଧିକ ୪୩.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି ।

ସେହିପରି ସମ୍ବଲପୁରରେ ୪୨.୪ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୧.୬ ଡ଼ିଗ୍ରୀ, ହୀରାକୁଦରେ ୪୧.୬ ଡ଼ିଗ୍ରୀ, କେନ୍ଦୁଝରରେ ୩୯ ଡ଼ିଗ୍ରୀ, ଚାନ୍ଦବାଲିରେ ୩୮.୪ ଡ଼ିଗ୍ରୀ, ଗୋପାଳପୁରରେ ୩୭.୫ ଡ଼ିଗ୍ରୀ, ବାଲେଶ୍ଵରରେ ୩୬.୨ ଡ଼ିଗ୍ରୀ, ପୁରୀରେ ୩୬ ଡ଼ିଗ୍ରୀ, ପାରାଦୀପରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *