ମଣିପୁର ହିଂସାର ଯାଞ୍ଚ ପାଇଁ ଗୃହ ମନ୍ତ୍ରାଳୟ ୩ ସଦସ୍ୟୀୟ ନ୍ୟାୟିକ ଆୟୋଗ ଗଠିତ କଲା

Spread the love

ନୂଅଦିଲ୍ଲୀ : ଗୃହ ମନ୍ତ୍ରାଳୟ ମଣିପୁର ହିଂସାର ଯାଞ୍ଚ ପାଇଁ ୩ ସଦସ୍ୟୀୟ ନ୍ୟାୟିକ ଆୟୋଗ ଗଠନ କରିଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଦିନ ମଣିପୁର ଲୋକମାନଙ୍କୁ ଇମ୍ଫାଲ-ଦିମାପୁର ଏନ୍ଏଚ୍-୨ ରାଜମାର୍ଗରୁ ନାକାବନ୍ଦୀ ହଟାଇବାକୁ ଅପୀଲ କରିଛନ୍ତି, ଯାହାଫଳରେ ଲୋକମାନଙ୍କ ପାଖରେ ଜରୁରୀ ଜିନିଷପତ୍ର ପହଞ୍ଚାଯାଇ ପାରିବ । ଗୃହ ମନ୍ତ୍ରାଳୟ ରବିବାର ଦିନ ମଣିପୁରରେ ଜାତୀୟ ସଂଘର୍ଷର ଯାଞ୍ଚ ପାଇଁ ତିନି ସଦସ୍ୟୀୟ ଯାଞ୍ଚ ଆୟୋଗ ବନାଇଛି । ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ବନ୍ଧରେ ଏକ ଅଧିସୂଚନା ଜାରି କରାଯାଇଛି ।

Leave a Reply

Your email address will not be published. Required fields are marked *