ରାଉରକେଲାରେ ପୁଲିସ ଅବ୍ୟବସ୍ଥାକୁ ସଜାଡିବା ପାଇଁ ତତ୍ପର ହେଲେ ଏସପି, ଅଧିକାରୀଙ୍କୁ କହିଲେ ବନ୍ଧୁକ ସଠିକ୍ ଯାଗାରେ ରଖ ପଛପଟେ ଖୋସନି

ରାଉରକେଲା : ରାଉରକେଲା ନୂତନ ଏସପି ଭାବେ ଯୋଗଦାନ କରିଥିବା ମିତ୍ରଭାନୁ ମହାପାତ୍ର ବହୁ ମାତ୍ରାରେ ବିଗିଡି ଯାଇଥିବା ରାଉରକେଲା ପୁଲିସ ବ୍ୟବସ୍ଥାକୁ ସଜାଡିବା ଆରମ୍ଭ କରିଥିବା ବେଳେ କିଛି ପୁଲିସ ବାବୁ ପଛପଟେ ବନ୍ଧୁକକୁ ଖୋସି ବୁଲିବା ଓ ବାହାପିଆ ପଣିଆ ଦେଖାଇବା କଥା ଲୋକେ ଏସପିଙ୍କ ନଜରକୁ ଆଣିବା ପରେ ସଂପୃକ୍ତ ଅଧିକାରୀଙ୍କୁ ଏସପି ତାଗିଦ କରିଛନ୍ତି । ଏସପି କହିଛନ୍ତି ସର୍ଭିସ ରିଭରଭର ରଖିବା ଲାଗି ସରକାର ଆପଣ ମାନଙ୍କୁ ବନ୍ଧୁକ ଖୋଳ ଦେଇଛନ୍ତି, ତାକୁ ଏମିତି ପଛପଟେ ଖୋସନି ଯଦି କେତେ ବେଳେ ଫୁଟିଗଲା ତେବେ ଅବସ୍ଥା କଣ ହେବ ଚିନ୍ତା କରନ୍ତୁ, ତେଣୁ ଏମିତି ବେପରୁଆ ନହେବା ଲାଗି ସେ ପରାମର୍ଶ ଦେଇଛନ୍ତି । ଏହି ପାରିବା ପଣିଆ ଅଧିକାରୀଙ୍କ ଥାନା ଅଂଚଳରେ ଗତ ୨ ଦିନ ଧରି କିଛି ପୁଲିସ କର୍ମଚାରୀ ଗାଡି ବାଲାଙ୍କ ଆକ୍ରମଣର ଶୀକାର ହୋଇଛନ୍ତି ଯାହା ପୁଲିସର ଭାବମୂର୍ତିକୁ କ୍ଷୁର୍ଣ କରିଛି ।

ନୂତନ ଏସପି ଶ୍ରୀ ମହାପାତ୍ର ଏହା ଭିତରେ ସେକ୍ଟର -୩ ଥାନାରୁ ଆରମ୍ଭ କରି ୧୯ ନମ୍ବର ୧୫ ନମ୍ବର ଆଦି ଥାନା ବୁଲିବା ଭିତରେ ସେ ଅଁଚଳରେ ଚାଲିଥିବା ବେଆଇନ କଂଟା କାରବାର, ମଦ କାରବାର, ସଟ୍ଟା ଓ ଲୋକଙ୍କୁ କିଭଳି ନ୍ୟାୟ ମିଳୁଛି ତାକୁ ନେଇ ତାଗିଦ୍ କରିଥିବା ଖବର ମିଳିଛି । ଆଇପିଏସ ଅନିରୁଦ୍ଧ ସିଂ ଙ୍କ ପରେ ଦିର୍ଘ ବର୍ଷ ଧରି ଏସପି ମାନେ ଥାନା ଗୁଡିକ ବୁଲୁ ନଥିବା ଯୋଗୁ ଥାନା ଗୁଡିକରେ ମନମାନି ଚାଲିଆସୁଥିବାର ଅଭିଯୋଗ ହେଉଥିଲା । ଏବେ ଏହି ବରିଷ୍ଠ ଆଇପିଏସ ଥାନା ବୁଲିବା ଆରମ୍ଭ କରିଥିବାରୁ ଥାନା ଗୁଡିକ ଚଳଚଂଚଳ ହୋଇ ଉଠିଛି । ଏହା ଭିତରେ ଜଣେ ଥାନା ବାବୁ କୁଆଡେ ଭାରି ଚିନ୍ତାରେ ପଡିଯାଇଛନ୍ତି ବୋଲି ଆଲୋଚନା ଚାଲିଛି । ସେ ବାବୁ ଥାନାର ସାଜସଜ୍ଜା ନାମରେ ବ୍ୟବସାୟୀ ମାନଙ୍କ ଠାରୁ ବିଭିନ୍ନ ସାମଗ୍ରୀ ସଂଗ୍ରହ କରି ନିଜେ ହଜମ କରିବା ସହ ଏହି ଆଳରେ ଅନେକ ଅର୍ଥ ଆଦାୟ କରୁଥିବା କଥା ଏବେ ଉଠୁଚି ପଡୁଛି । ସେ ବ୍ରାହ୍ମଣୀତଙ୍ଗ ଥାନାରେ ଥିବା ବେଳେ ଏଭଳି ଆଲୋଚନା ଭିତରେ ସେ ଥିଲେ ବୋଲି କୁହାଯାଉଛି । ନିକଟରେ ପୂର୍ବତନ ଏସପିଙ୍କୁ ଦିଆଯାଇଥିବା ବିଦାୟକାଳିନ ସମ୍ବର୍ଦ୍ଧନା ସଭା ଦାୟିତ୍ୱ ସେ ନେବା ସହ ୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କୁହାଯାଉଛି, ଯାହାକି କେବେ ଓଡିଶାରେଏଭଳି ହୋଇନଥିବା କୁହାଯାଉଛି । ସେହିଭଳି ବନ୍ଧମୁଣ୍ଡା ଥାନା ଅଂଚଳରେ ବେଆଇନ ସଟ୍ଟା, କଂଟା କାରବାର ଖବର ପାଇ ଏକ ସ୍ୱତନ୍ତ୍ର ପୁଲିସି ଦଳ ଏସପିଙ୍କ ନିର୍ଦେଶ କ୍ରମେ ଚଢଉ କରିଥିବା ବେଲେ ବନ୍ଧମୁଣ୍ଡା ବାବୁଙ୍କ ବିରୋଧରେ ଜଣେ ଲୋକଙ୍କୁ ନିର୍ଘାତ ବାଡେଇଥିବା ଅଭିଯୋଗର ଏଯାଏ ଫଇସଲା ହୋଇ ନାହିଁ, ଯାହାକୁ ନୂଆଏସପି ଫଇସଲା କରିବେ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ ଏଭଳି ଛାନଭିନ ଦ୍ୱାରା ଜଣେ ବରିଷ୍ଠ ଅଧିକାରୀ ଓ ୨ ଚର୍ଚ୍ଚିତ କନେଷ୍ଟବଳ ଛୁଟିରେ ଚାଲିଯାଇଥିବା ଖବର ମିଳିଛି । କିଛି ପୁଲିସ ଅଧିକାରୀ ବେନାମୀ ସଂସ୍ଥା ନାମରେ ନିଜେ କିଣିଥିବା ଗାଡିକୁ ଭଡା ସୂତ୍ରରେ ଲଗାଇଥିବା ଖବର ଏସପିଙ୍କ ପାଖରେ ପହଁଚିଛି । ଏନେଇ ଏସପି ତଦନ୍ତ ଆରମ୍ଭ କରିଥିବା ଖବର ମିଳିଛି । ଦିର୍ଘ ୫ ବର୍ଷରୁ ଅଧିକ ସମୟ ଧରି କନେଷ୍ଟବଳ ମାନଙ୍କର ପୁଲିସ ଜିଲ୍ଲାରେ ବଦଳି ହୋଇନଥିବା ସମ୍ପର୍କରେ ଏସପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଦୀର୍ଘ ଅଢେଇ ବର୍ଷ ଧରି ରାଉରକେଲା ପୁଲିସ ଏକ ପ୍ରକାର ଦିଗହରା ହୋଇପଡିଥିବା ନେଇ ବାରମ୍ବାର ଅଭିଯୋଗ ଜନସାଧାରଣରେ ହୋଇଆସୁଥିଲା, ଯାହାକୁ ନୂତନ ଏସପି ସଜାଡିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *