ମାଳ ମାଳ ଅଭିଯୋଗ: ସମାଧାନ କେବେ?

ବିଧାନସଭା କମିଟି ଆଗରେ ମାଳ ମାଳ ଅଭିଯୋଗ । ବେଆଇନ ଇଟା ଭାଟି, ବାଲି ଖାଦାନରୁ ମଣ୍ଡି ଅବ୍ୟବସ୍ଥା । ବିଧାୟକଙ୍କୁ ଆଗରେ ପହଞ୍ଚିଥିଲା ବିଭିନ୍ନ ସମସ୍ୟା । ଶେଷ ରେ ସମୀକ୍ଷା ବୈଠକରେ ହୋଇଥିଲା ହୋହଲ୍ଲା । ବିଧାନସଭା ପବ୍ଲିକ ଅଣ୍ଡରଟେକିଂ କମିଟି ଭଦ୍ରକ ଗସ୍ତ ବେଳେ ଏଭଳି ଅଭାବନୀୟ ସ୍ଥିତି ଉପୁଜିଥିଲା । କମିଟି ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଙ୍କ ଅଧକ୍ଷତା ରେ 12 ଜଣିଆ ବିଧାୟକ ଦଳ ପହଞ୍ଚିଥିଲେ । ଭଦ୍ରକ ସୀମା ରେ ପ୍ରବେଶ କରିବା ମାତ୍ରକେ ଭଣ୍ଡାରିପୋଖରୀ ବ୍ଲକ ସୁନାମୁହିଁ ଠାରେ ଥିବା ବୈତରଣୀ ନଦୀ ପଠାକୁ ଯାଇଥିଲେ । ଯେଉଁଠି ବେଆଇନ ଇଟା ଭାଟି ଓ ବେଆଇନ ବାଲି ଖାଦାନର ସ୍ଥିତି ପରଖିଥିଲେ । ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କ ସମେତ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ଉପସ୍ଥିତ ଥିଲେ। ସ୍ଥାନୀୟ ଲୋକେ ମଧ୍ୟ ମେଞ୍ଚା ମେଞ୍ଚା ଅଭିଯୋଗ ଆଣିଥିଲେ। ପରେ ଟିମ ବାହାରିଥିଲା ମଣିନାଥପୁର । ରାସ୍ତା ରେ ଥିବା ରହଣିଆ ସେବା ସମବାୟ ସମିତି ଭିତରକୁ ଯାଇ ମଧ୍ୟ ସେହି ସମସ୍ୟା ଓ ଅଭିଯୋଗ । ପୁଣି ଟିମ ବାହାରିଥିଲା ବୈତରଣୀ ନଦୀ ର ମଣିନାଥପୁର ଘାଟ କୁ । ସେଠାରେ ପହଞ୍ଚିବା ମାତ୍ରେ ଘେରି ଯାଇଥିଲେ ସ୍ଥାନୀୟ ଲୋକେ ।ଜିଲ୍ଲା ପ୍ରଶାସନ ଠାରୁ ନେଇ କମିଟି ସଦସ୍ୟ ଙ୍କୁ ପ୍ରଶ୍ନ ବାଣ ରେ ପୋତି ପକାଇଥିଲେ ସ୍ଥାନୀୟ ଲୋକେ । ବାରମ୍ବାର ଅଭିଯୋଗ କରାଯାଉଛି । ବେଆଇନ ବାଲି ବୋଝେଇ ଗାଡ଼ି ଅଟକାଇବା ସହ ପୋଲିସ, ତହସିଲ କୁ କହିଲେ ମଧ୍ୟ କାର୍ଯ୍ୟନୁଷ୍ଠାନ ହେଉନଥିବା କମିଟି ସମ୍ମୁଖ ରେ କହିଥିଲେ ।

ଗ୍ରାଉଣ୍ଡରେ ସ୍ଥିତି ସମୀକ୍ଷା ପରେ ଭଦ୍ରକ ସର୍କିଟ ହାଉସରେ ହୋଇଥିଲା ବୈଠକ । ସ୍ଥାନୀୟ ସମସ୍ୟା ଓ ଲୋକଙ୍କ ଅସନ୍ତୋଷକୁ ନେଇ କଣ ପଦକ୍ଷେପ ନିଆଯିବ ତା ଉପରେ ଚର୍ଚ୍ଚା ହୋଇଥିଲା । ଜିଲ୍ଲା ପ୍ରଶାସନ ର ସମସ୍ତ ପଦାଧିକାରୀ ଙ୍କ ସହ ବିଧାନସଭା କମିଟି ଚେୟାରମାନ ପଦ୍ମ ଲୋଚନ ପଣ୍ଡା, ଓ କମିଟିରେ ଥିବା ଅନ୍ୟ ବିଧାୟକମାନେ ସାମିଲ ହୋଇଥିଲେ । ଦିନ କୁ ଦିନ ବୈତରଣୀ ନଦୀରେ ବେଆଇନ ବାଲି ଚୋରା ଚାଲାଣ ବୃଦ୍ଧି ପାଉଛି ଅଭିଯୋଗ ପରେ ଅଭିଯୋଗ ମଧ୍ୟ ହେଉଛି କିନ୍ତୁ ବାଲି ଚୋରା ଚାଲାଣ କମିବାରେ ନାଁ କରୁନି ତୁରନ୍ତ ବାଲି ମାଫିଆ ମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନିୟ ଲୋକେ ଦାବି କରିଛନ୍ତି । ଯାହାକୁ ବିଧାନସଭା କମିଟି ନିଜେ ଅନୁଭବ କରି ଫେରିଛନ୍ତି ।ଆଗକୁ କି ପଦକ୍ଷେପ ନିଆଯିବ ତାକୁ ଅପେକ୍ଷା ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *