ବାବା ସିନ୍ଧୁକେଶ୍ୱର ପୀଠକୁ ପର୍ଯ୍ୟଟନ ତାଲିକାରେ ସ୍ଥାନିତ ପାଇଁ ରାଜ୍ୟ ସଂସ୍କୃତି ପର୍ଯ୍ୟଟନ ମନ୍ତୀଙ୍କୁ ଦାବି  ପତ୍ର 

Spread the love

ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଅଣିଜୋ ପଞ୍ଚାୟତରେ କେଉଁ ଆବାହମାନ କାଳରୁପୂଜା ପାଉଛନ୍ତି ବାବା ପ୍ରତାପ ସିନ୍ଧୁକେଶ୍ୱର । ଉକ୍ତ ପୁରାତନ ଶୈବ ପୀଠ ପୁନଃ ଉଦ୍ଧାର ଓ ସୋନ୍ଦର୍ଯ୍ୟକରଣ ଏବଂ ଉକ୍ତ ମନ୍ଦିରକୁ କୀର୍ତ୍ତୀରାଜୀ ରୂପେ ଘୋଷଣା କରିବା ନିମନ୍ତେ ପଞ୍ଚାୟତବାସୀ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ; ପୁରାଣ ବର୍ଣ୍ଣିତ ବହୁ ପୁରାତନ କୀର୍ତ୍ତୀରାଜୀ ମଧ୍ୟରେ ଓ ପ୍ରାକୃତିକ ସୋନ୍ଦର୍ଯ୍ୟରେ ଭରପୁର ବାବା ପ୍ରତାପ ସିନ୍ଧୁକେଶ୍ୱରଙ୍କ ବିଜେ ସ୍ଥଳୀ ଭଦ୍ରକ ଜିଲ୍ଲା ସ୍ଥିତ ବନ୍ତ ବ୍ଳକ ଅଧିନସ୍ଥ ଅଣିଜୋ ଗ୍ରାମରେ ଅବସ୍ଥିତ ଥିଲେ ସୁଦ୍ଧା ଏହା ଭଦ୍ରକ ଜିଲ୍ଲା ସମେତ ଅନ୍ୟ ୩ଗୋଟି ଜିଲ୍ଲା କେନ୍ଦୁଝର,ମୟୁରଭଂଜ ଓ ବାଲେଶ୍ୱର ଜିଲ୍ଲାର ସୀମାବର୍ତ୍ତୀ ହୋଇଥିବାରୁ ଉକ୍ତ ପୁରାତନ ଶୈବପୀଠରେ ସବୁସମୟରେ ୪ଜିଲ୍ଲାରୁ ବହୁ ଭକ୍ତଙ୍କ ସମାଗମ ହୋଇଥାଏ । ଉକ୍ତ ଧାମରେ ଚଇତି ପର୍ବ(ପାଟୁଆ ଯାତ୍ରା),କାଉଡ଼ିଆ ମେଳା,କାର୍ତିକ ପୂର୍ଣ୍ଣିମା,ମକର ସଂକ୍ରାନ୍ତି,ମହା ଶିବରାତ୍ରୀ ଆଦି ପର୍ବ ବହୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳିତ ହୋଇଥାଏ । ବିଶେଷ କରି ଏଠାକାର ମହା ଶିବରାତ୍ରୀ(ଜାଗର ପର୍ବ)ଏ ଅଞ୍ଚଳର ଖୁବ ପ୍ରସିଦ୍ଧ ଓ ଭକ୍ତଙ୍କ ଆଧ୍ୟାତ୍ମକ ଭାବଧାରାକୁ ଖୁବ ପ୍ରଭାବିତ କରିଥାଏ । ବାବା ସିନ୍ଧୁକେଶ୍ୱରଙ୍କର ଅପାର ମହିମା ଥିବାରୁ ଶ୍ରଦ୍ଧାଳୁମାନେ ସ୍ୱ ଇଛାରେ ବାବାଙ୍କୁ ଜମି ଦାନକରୁଥିଲେ । ଉକ୍ତ ଜମି ସେ ସମୟରେ ୨୬୫ ଏକର ଜମି ରହିଥିବାରୁ  ପୂର୍ବସୂଚନାରୁ ଜଣାଯାଇଥିଲା । ଉକ୍ତ ଜମିର ଆୟ ଅର୍ଥରେ ପ୍ରଭୁଙ୍କର ବାରମାସରେ ତେର ପୂଜା ମହାଆଡ଼ମ୍ବରେ ପାଳିତ ହେଉଥିଲା । ବାବାଙ୍କ ସେବାପାଇଁ ଅଣିଜୋ ଗ୍ରାମର ୩୯ ଜଣ ବ୍ରାହ୍ମଣ ପରିବାର(ପଣ୍ଡା) ପୁଜାକାର୍ଯ୍ୟ ସମ୍ପାଦନ କରୁଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ୨୬୫ଏକର ଅସ୍ଥାବର ସମ୍ପତିରୁ ବର୍ତ୍ତମାନ ମାତ୍ର ୧୮ ଏକର ଜମି ଥିବାର ସରକାରୀ ରେକଡ଼ ରୁ ଜଣାଯାଇଛି । ପାଖରେ ଥିବା ପବିତ୍ର କଣ୍ଡ ପୁଷ୍କରିଣୀ ପୁନଃ ଉଦ୍ଧାର ହାଇଛି । କିନ୍ତୁ ବର୍ତ୍ତମାନ ଉକ୍ତ ଶୈବ ପୀଠ ଅବହେଳିତ ଅବସ୍ଥାରେ ପଡ଼ି ରହିଛି । ସରକାର ସଂସ୍କୃତି ଓ କଳା ସ୍ଥାପତ୍ୟ ଉପରେ ଗୁରୁତ୍ୱ ଦେଉଥିବାରୁ ଉକ୍ତ ଶୈବ ପୀଠକୁ ପୁନଃ ଉଦ୍ଧାର ଓ ସୋନ୍ଦର୍ଯ୍ୟକରଣ ଏବଂ ଉକ୍ତ ମନ୍ଦିରକୁ ପର୍ଯ୍ୟଟନ ତାଲିକାରେ  ସ୍ଥାନଦେବା ନିମନ୍ତେ ପଞ୍ଚାୟତବାସୀ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *