ରାଜ୍ୟରେ ବାବୁ ତନ୍ତ୍ର ଚାଲିଛି – କଂଗ୍ରେସ

Spread the love

ଭୁବନେଶ୍ୱର : ରାଜ୍ୟରେ ବାବୁ ତନ୍ତ୍ର ଚାଲିଛି । 5ଟି ସଚିବ ଯଦି ଜିଲ୍ଲାକୁ ଜିଲ୍ଲା ବୁଲୁଛନ୍ତି ସେଥିପାଇଁ ନିର୍ବାଚିତ ପ୍ରତିନିଧି,ବିଧାୟକ ଓ ମନ୍ତ୍ରୀ ମାନେ ଦାୟୀ । ସେମାନେ ସ୍ୱର ଉତ୍ତୋଳନ କରିବା ବଦଳରେ ଧନ୍ୟବାଦ ଦେଉଛନ୍ତି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଜଣେ ସାଂସଦ ପାଣ୍ଡିଆନ ସାର୍ ଆମ ମୁଖ୍ୟମନ୍ତ୍ରୀ ବୋଲି କହିଲେଣି । ଲାଗୁଛି ରାଜ୍ୟରେ ଲୋକ ପ୍ରତିନିଧି ମାନଙ୍କର ଆଉ ସ୍ୱାଭିମାନ ନାହିଁ । ଟିକେଟ କଟିବା ଭୟରେ ସବୁ ଚୁପ ବସିଛନ୍ତି । କିନ୍ତୁ ଯେତେବେଳେ ସେମାନେ ନିର୍ବାଚନକୁ ଯେବେ ସେବେ ବୁଝିବେ । ନେତାଙ୍କୁ ଯେବେ ଲୋକେ ପ୍ରଶ୍ନ କରି କହିବେ ପାଣ୍ଡିଆନ ସବୁ କଲେ ତୁମେ କଣ କଲ ସେବେ ସେମାନେ ବୁଝିବେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *