କାଳବୈଶାଖି, ବର୍ଷା, କୁଆପଥର ମାଡ, ଉପୁଡିଲା ଗଛ, ଭାଙ୍ଗିଲା ଘର, ସମ୍ମୁଖ ଭାଗ ଉଡିଯାଇ ଅଟକିଲା ବନ୍ଦେ ଭାରତ ଏକ୍ସପ୍ରେସ

Spread the love

ଭଦ୍ରକ : ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ କାଳବୈଶାଖି ପ୍ରଭାବରେ ଗତକାଲି ଅପରାହ୍ନରେ ପବଳ ତୁଫାନ ପ୍ରବାହିତ ହେବା ସହ ବର୍ଷା ଓ କୁଆପଥର ମାଡ ହୋଇଛି । ଫଳରେ ବହୁ ବଡ ବଡ ଗଛ ଉପୁଡିପଡି ରାସ୍ତା, ଘର ଉପରେ ପଡିଛି । ଏହା ସହ ପ୍ରବଳ ବଜ୍ରପାତ ମଧ୍ୟ ହୋଇଛି । ଛତାବର-ନିଳୋକ ପୁ ର୍ ରାସ୍ତା, ଭଣ୍ଡାରିପୋଖରୀ-ମଣିନାଥପୁର ରାସ୍ତା, ବାରିକପୁର-ବନ୍ତ ପୁର୍ ରାସ୍ତା ସମେତ ଭଣ୍ଡାରିପୋଖରୀ ମେଡିକାଲ ରୋଡ ଉପରେ ବଡ ବଡ ଗଛ ଉପୁଡିପଡି ଅବରୋଧ ହୋଇଥିବା ଜଣାଯାଇଛି । ୧୬ ଜାତୀୟ ରାଜପଥର ନେଉଳିଆ ଟୋଲଗେଟ କାର୍ଯ୍ୟାଳୟର ଝରକା ପବନରେ ଉଡିଯାଇ କର୍ମଚାରୀ ଆହତ ହୋଇଥିବା ଜଣାଯାଇଛି । ତେବେ କୌଣସି ଜୀବନହାନୀର ଖବର ମଳିନାହିଁ । ବର୍ଷା ଫଳରେ ପ୍ରବଳ ତାତିରୁ ତ୍ରାହି ମିଳିଛି ।  ସେହିପରି ବଜ୍ରପାତରେ କ୍ଷତିଗ୍ରସ୍ତ ବନ୍ଦେ ଭାରତ ଏକ୍ସପ୍ରେସ ମଞ୍ଜୁରୀରୋଡ ଠାରୁ ଅନତି ଦୂର ବୈତରଣୀ ରେଳ ସେତୁ ଉପରେ ବଜ୍ରପାତ ଯୋଗୁଁ ହାଓଡା ଅଭିମୁଖି ‘ବନ୍ଦେ ଭାରତ ଏକ୍ସପ୍ରେସ’ କ୍ଷତିଗ୍ରସ୍ତ ହୋଇ ୪.୩୦ମି. ସମୟରେ ଅଟକି ରହିଛି । ବଜ୍ରପାତ ଯୋଗୁଁ ଟ୍ରେନର ସମ୍ମୁଖ ଭାଗ ଉଡିଯାଇଛି । ପାଇଲଟଙ୍କ ଉଇଣ୍ଡ ସିଲ କ୍ଷତିଗ୍ରସ୍ତ ହୋଇଛି । ତେବେ ଟ୍ରେନ, ପାଇଲଟ ଓ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି । ଘଟଣାସ୍ଥଳକୁ ରେଳବାଇ ଯନ୍ତ୍ରୀ ଓ ଅଧିକାରୀମାନେ ଯାଇ ମରାମତି କାର୍ଯ୍ୟ ଚଳାଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *