ଆଜି ବିଶ୍ୱପ୍ରସିଦ୍ଧ ବାହୁଡା ଯାତ୍ରା, ରଥାଋଢ ହେଲେ ଚତୁର୍ଦ୍ଧାମୂର୍ତ୍ତୀ

Spread the love

ଆଜି ବିଶ୍ୱ ନିଅନ୍ତା ମହାପ୍ରଭୁ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଲୀଳାମୟୀ ପ୍ରଭୁ ଜଗନ୍ନାଥ । ପ୍ରଭୁ ଜଗନ୍ନାଥ, ବଡ ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କର ତିନିଟି ରଥ ଶ୍ରୀମନ୍ଦିରକୁ ଫେରିବା ପାଇଁ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଅଟକି ରହିଛି । ଆଡପ ମଣ୍ଡପରୁ ଧାଡି ପହଣ୍ଡି କରି ତିନି ରଥରେ ବିଜେ କରିଛନ୍ତି ଚତୁର୍ଦ୍ଧାମୁର୍ତ୍ତୀ ।

ବିଶ୍ୱପ୍ରସିଦ୍ଧ ବାହୁଡା ଯାତ୍ରା ନିମନ୍ତେ ପୁରୀ ବଡଦାଣ୍ଡରେ ଶ୍ରୀଗୁଣ୍ଡିଚା ଯାତ୍ରା ଭଳି ଆଜି ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । କିଛି ସମୟ ପରେ ଗଜପତି ମହାରାଜ ଆସି ରଥ ଉପରେ ଛେରାପହଁରା କରିବେ । ଯଦି କାର୍ଯ୍ୟସୂଚୀ ଅନୁଯାୟୀ ରୀତିନୀତି ଚାଲେ, ତେବେ ପ୍ରଭୁ ବଳଭଦ୍ରଙ୍କ ରଥ ତାଳଧ୍ୱଜ ଅପରାହ୍ନ 2 ଟାରୁ ଟାଣିବା ଆରମ୍ଭ ହେବ । ସମଗ୍ର ରଥ ଯାତ୍ରାର ଏକ ଅଂଶ ଭାବରେ ତିନି ଠାକୁରଙ୍କର ଆସନ୍ତାକାଲି ରଥରେ ‘ସୁନା ବେଶା’ ଆନିଷ୍ଠିତ ହେବ, ଐଷୌର୍ଯ୍ୟ ସୁବର୍ଣ ଅଷ୍ଟ ଅଳଙ୍କାର ପିନ୍ଧି ଭାବଗ୍ରାହୀ ଠାକୁର ଭକ୍ତଙ୍କୁ ଦେବେ ଦର୍ଶନ, ଯାହା ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି । ପରଦିନ ପୁନର୍ବାର ‘ରତ୍ନା ସିଂହାସନ’ କୁ ବିଜେ ହେବା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିବେ ମହାବାହୁ।

ଶ୍ରୀଗୁଣ୍ଡିଚା ଭଳି ଆଜି ବାହୁଡ଼ାରେ ମଧ୍ୟ ପୁରୀରେ ସମାନ ଟ୍ରାଫିକ୍ ବ୍ୟବସ୍ଥା ରହିଛି । ତଥାପିବି ଭକ୍ତଙ୍କ ସଂଖ୍ୟା ଓ ସ୍ଥିତିକୁ ଦେଖି ଏଥିରେ ସାମାନ୍ୟ ପରିବର୍ତ୍ତନ କରାଯାଇପାରେ ବୋଲି ପୁରୀ ଏସ୍‌ପି କହିଛନ୍ତି ।

Leave a Reply

Your email address will not be published. Required fields are marked *