ଦାବୀ ହାସଲ ପାଇଁ ମିଳିତ ଅମଲା ମାନଙ୍କ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଜାରି ରହିଛି

Spread the love

ବଲାଙ୍ଗିର : ଲେଭେଲ-୯ ଦରମା ଦାବୀରେ ଜିଲ୍ଲା ମିଳିତ ଅମଲା ସଙ୍ଘ ପକ୍ଷରୁ ଗତ ୧ ତାରିଖ ଠାରୁ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଜାରି ରହିଥିବା ବେଳେ ଗତକାଲି ଷଷ୍ଠ ଦିନରେ ଧାରଣା ପହଞ୍ଚିଥିଲେ ବି ରାଜ୍ୟ ସରକାର ଅମଲା ସଙ୍ଘର ଦାବୀ ପୂରଣ ପ୍ରତି ଧ୍ୟାନ ଦେଇନାହାନ୍ତି । ଆନ୍ଦୋଳନ ଏବେ ଆହୁରି ଭୀଷଣ ରୂପ ଧାରଣ କରୁଥିବା ବେଳେ ଅମଲା ସଙ୍ଘର ସଦସ୍ୟମାନେ ବିନା ଦାବୀ ପୂରଣରେ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଜିଦ୍ କରି ବସିଛନ୍ତି । ସରକାର ଅମଲା ବିଭାଗରେ ଗ୍ରାଜୁଏଟମାନଙ୍କୁ ଚାକିରି ଦେଇ ମେଟ୍ରିକୁଲେସନ ଦରମା ପ୍ରଦାନ କରୁଛନ୍ତି । ଅମଲା ସଙ୍ଘ ଦୀର୍ଘ ୫ ବର୍ଷ ହେବ ଏହାର ପ୍ରତିବାଦ କରିବା ସହ ଲେଭେଲ-୯ ଦରମା ଦାବୀ କରି ଆସୁଥିଲେ ବି ସରକାର ଶୁଣୁ ନାହାନ୍ତି । ଅମଲା ସଙ୍ଘ ସରକାରଙ୍କୁ ଚେତାବନୀ ସଦୃଶ ମଇ ୨୩ରୁ ୩୧ ପର୍ଯ୍ୟନ୍ତ କଲା ବ୍ୟଚ ପରିଧାନ କରିଥିଲା । କିନ୍ତୁ ଏହା ସତ୍ୱେ ସରକାର ଅମଲା ସଂଘର ଦାବୀକୁ ଖାତିର୍ କରିନଥିଲେ । ଅମଲା ସଙ୍ଘ ଅଭିଯୋଗ କରିଛି ଯେ, ସରକାର ଚାକିରି ଦେବା ବେଳେ ନ୍ୟୁନତମ ଶିକ୍ଷା ଗ୍ରେଜୁଏସନ୍ ରଖୁଛନ୍ତି । କିନ୍ତୁ ସେହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ମେଟ୍ରିକୁଲେସନ ହାରରେ ଦରମା ଦେଉଛନ୍ତି । ଓଆର୍ଏସ୍ପି ନିୟମ ୨୦୧୭ ମୁତାବକ ଆମେ ଲେଭେଲ-୯ ଦରମା ପାଇବା କଥା । କିନ୍ତୁ ସରକାର ନିଜେ ନିଜର ନିୟମକୁ ଭାଙ୍ଗୁଛନ୍ତି । ତେବେ ଦାବୀ ପୁରଣ ନ ହେବା ଯାଏଁ ନିଜ ହକ୍ ପାଇଁ ଅମଲା ସଂଘ ଆନ୍ଦୋଳନ ଜାରି ରଖିବ ବୋଲି କୁହାଯାଇଛି । ଅନ୍ୟପଟେ ଅମଲା ସଙ୍ଘର କାର୍ଯ୍ୟବନ୍ଦ ଅନ୍ଦୋଳନ ଯୋଗୁଁ ସରକାରୀ କାର୍ଯ୍ୟଳୟମାନଙ୍କରେ କାମ ଠପ୍ ହୋଇ ପଡ଼ିଥିବା ଯୋଗୁଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଆଜି ଆନ୍ଦୋଳନ ସ୍ଥଳରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଉପସ୍ଥିତ ରହି ଧାରଣାରତ ଅମଲା ସଙ୍ଘକୁ ଆଶ୍ୱାସନା ଦେବା ସହିତ ରାଜ୍ୟ ସରକାର ଗମ୍ଭୀରତାର ସହ ଅମଲା ସଂଘର ଦାବୀକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଜାରି ରଖିଛନ୍ତି ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *