ବଲାଙ୍ଗିର ରେ ଗାରିମା ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ ଶିବିର ଅନୁଷ୍ଠିତ

Spread the love

ବଲାଙ୍ଗିର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ବାରା ଆଦୃତ ଭାରତ ବର୍ଷ ରେ ପ୍ରଥମକରି ଆମ9 ରାଜ୍ୟରେ ନିଆରା ଓ ଜନକଲ୍ୟାଣ ଯୋଜନା ” ଗାରିମା ” ର ଶୁଭାରମ୍ଭ ହୋଇଯାଇଛି ସ୍ଥାନୀୟ କଲେଜ ଛକ କଲ୍ଯାଣ ମଣ୍ଡପ ଠାରେ । ଏହି ଯୋଜନା ଅନ୍ତର୍ଗତ ପ୍ରମୁଖ ପରିମଳ କର୍ମଚାରୀଙ୍କୁ ତାଙ୍କର ନିଜସ୍ବ ପରିଚୟ ପତ୍ର ପ୍ରଦାନ କରାଯାଇ ତାଙ୍କୁ ଅଧିକ ରୁ ଅଧିକ ସ୍ବାବଲମ୍ବୀ କରିବାର ପ୍ରୟାସ କରାଯାଇଛି । ଆଜି ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଙ୍କ ଅଧ୍ୟକ୍ଷତା ରେ ପରିଚୟ ପତ୍ର ବଣ୍ଟନ କରାଯାଇ ଥିବାବେଳେ ବଲାଙ୍ଗିର ପୌର ଉପାଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ଭୋଇ ଏବଂ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବିଶ୍ବମ୍ବର ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ ।

ପ୍ରକାଶ ଯୋଗ୍ଯ ଯେ ଏହି ଗାରିମା ଯୋଜନା ରେ ପରିମଳ କର୍ମଚାରୀ ମାନଙ୍କ ପାଇଁ ରାଜ୍ୟସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଅନେକ ସୁବିଧାସୁଯୋଗ ଯୋଗାଇ ଦେଇଛନ୍ତି ଯଥା ତାଙ୍କର ସ୍କିଲ ଅନୁଯାଇ ଦରମା ରହିବ , ବିପଦ ଓ କଷ୍ଟ ସାଧିତ ପାଉଣା ପାଇବେ , ସ୍ବାସ୍ଥ୍ୟଗତ ସୁବିଧା ଯାହାକି ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନାରେ ଅନ୍ତର୍ଭୁକ୍ତ ହେବେ , ଜୀବନ ବୀମା ପାଇବେ , ଅକ୍ଷମତା ସହାୟତା ପାଇବେ , ଆଠ ରୁ ଛଅ ଘଣ୍ଟା କାମ କରିବେ , ପର୍ଯ୍ୟାୟ କ୍ରମେ ତାଙ୍କର ସ୍ବାସ୍ଥ୍ୟ ଜାଞ୍ଚ ହେବ , ଅସୁସ୍ଥତା ପାଉଣା ପାଇବେ , ତା ସହିତ ପକ୍କାଘର , ଛୁଆ ମାନଙ୍କ ପାଇଁ ଶିକ୍ଷାଗତ ସୁବିଧା , ଯାନବାହାନ ମୋବାଇଲ କିଣିବା ର ସୁବିଧାସୁଯୋଗ ପାଇବା ସହିତ କର୍ପସ ପାଣ୍ଠି ରୁ ପଚାଶ କୋଟି ଟଙ୍କା ଅର୍ଥର ଜୀବିକା ପାଇ ପାରିବା ର ସୁବିଧାସୁଯୋଗ ଯୋଗାଇ ଦିଆଯିବାର ଯୋଜନା ରହିଛି । ତେଣୁ ଏହି ସବୁ ସୁବିଧାସୁଯୋଗ ଦେବାର ଅର୍ଥ ହେଉଛି ପରିମଳ କର୍ମଚାରୀଙ୍କ ଦୈନନ୍ଦିନ କାର୍ଯ୍ଯ କୁ ଆଖି ଆଗରେ ରଖି ସରକାର ତାଙ୍କର ସୁବ୍ଯବସ୍ଥାକରଣ କରିବା ସହିତ ସହର କୁ ତାଙ୍କରି ମାଧ୍ୟମ ରେ ସବୁଜ ସୁନ୍ଦର କରିବାର ପ୍ରୟାସ କରିଛନ୍ତି ଆସନ୍ତୁ ଆମେ ପରସ୍ପର କୁ ସହଯୋଗ କରି ସ୍ବଚ୍ଛ ମାନସିକତା ର ସହିତ ଏକ ହୋଇ ଆମ ବଲାଙ୍ଗିର ସହରକୁ ସବୁଜ ସୁନ୍ଦର କରିବା ବୋଲି ଅଧ୍ୟକ୍ଷା ଲିକା ସାହୁ ବକ୍ତବ୍ଯ ରଖିଥିଲେ । ଏହି କାର୍ଯ୍ୟକ୍ରମ ରେ ବଲାଙ୍ଗିର ପୌରପରିଷଦ ର ସମସ୍ତ କାଉନସିଲର ସଭ୍ଯ ସଭ୍ଯା ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *