ନାରୀ ନିର୍ଯାତନା, ମହିଳାଙ୍କ ଉପରେ ଅତ୍ୟାଚାର ବିରୁଦ୍ଧରେ ନିରବତା ପ୍ରତିବାଦରେ ୧୨ ଘଣ୍ଟିଆ ବଲାଙ୍ଗିର ବନ୍ଦ, ଧାରଣା

Spread the love

ବଲାଙ୍ଗିର : ଆଜି ପଶ୍ଚିମ ଓଡିଶା ମହିଳା ସଙ୍ଗଠନ ଦ୍ଵାରା ବାର ଘଣ୍ଟିଆ ବଲାଙ୍ଗିର ସହର ବନ୍ଦ ଡାକରାରେ ଚକ, ଅଖ, ସ୍କୁଲ, କଲେଜ, ସରକାରୀ, ବେସରକାରୀ ଅଫିସ, ସବୁକିଛି ବନ୍ଦ ହୋଇଛି । ଜିଲ୍ଲାରେ ବଢି ଚାଲିଥିବା ନାରୀ ନିର୍ଯ୍ୟାତନା ପ୍ରତିବାଦରେ ଏହି ବନ୍ଦ ଡାକରା କରାଯାଇଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳା ପୁରୁଷ ବହୁ ସଂଖ୍ୟାରେ ପ୍ରତିବାଦ ସଭାରେ ପ୍ରତିବାଦ କରୁଥିବା ବେଳେ ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଧାରଣା ଚାଲିଛି । ସକାଳୁ ବିଭିନ୍ନ କାର୍ଯ୍ୟଳୟ ଆଗରେ ପିକେଟିଂ କରିଥିବା ବେଳେ ଆଜି ଖୋଲିବାକୁ ଥିବା ସ୍କୁଲ କଲେଜ ଗୁଡିକ ବନ୍ଦ ରହିଛି । ଯାନବାହାନ ଚଳାଚଳ ବନ୍ଦ ଥିବା ବେଳେ ଅନ୍ୟ ଦୁଇ ଚକିଆ ଯାନ ମଧ୍ୟ କମ ସଂଖ୍ୟାରେ ଚଳାଚଳ କରୁଥିବା ଦେଖାଯାଉଛି ।

Leave a Reply

Your email address will not be published. Required fields are marked *