ପାଟଣାଗଡ଼ ଥାନା ଅନ୍ତର୍ଗତ ବିଲେଇସାଥି ଗାଁ ରେ ଜଣେ ବ୍ୟକ୍ତି ବୋମା ବିସ୍ଫୋରଣରେ ଗୁରୁତର

Spread the love

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବିଲେଇସାଥି ଗାଁ ରେ ଜଣେ ବ୍ୟକ୍ତି ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ଅପରାହ୍ନ ଚାରିଟା ସମୟରେ ଉକ୍ତ ଗ୍ରାମର ହେମସାଗର ସାହୁ (୩୫) ଶୌଚ କରିବା ପାଇଁ ନଦୀ ପୋଲ ପାଖକୁ ଯାଇଥିବା ବେଳେ ବ୍ୟାଗ୍ ଭିତରେ କୌଣସି ଏକ ପଦାର୍ଥ ପଡ଼ିଥିବା ଭାବି ହଟାଇବା ପାଇଁ ଚେଷ୍ଟା କରିଥିବା ବେଳେ ବିସ୍ଫୋରଣ ହୋଇଥିଲା। ବିସ୍ପୋରଣ ହେବା ପାଖରେ ଥିବା ଜଣେ ଛେଲି ଚରାଲୀ ସୁବାସ ସାହୁ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ଉକ୍ତ ଘଟଣା ଦେଖି ଗ୍ରାମବାସୀମାନେ ଦୌଡ଼ି ଆସି ଗୁରୁତର ଅବସ୍ଥାରେ ହେମସାଗର ସାହୁ କୁ ନେଇ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଆଣି ଭର୍ତ୍ତି କରିଥିଲେ। ଉପଖଣ୍ଡ ଚିକିତ୍ସାଳୟରେ ପାଟଣାଗଡ଼ ଉପଜିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀ, ତହସିଲଦାର ଲକ୍ଷ୍ମଣ ମାଝୀ, ଥାନା ଏ,ଏସ ଆଇ ଡାକ୍ତରଖାନାରେ ପହଞ୍ଚି ଥିବା ବେଳେ ରେଡକ୍ରସ ତରଫରୁ ୩୦୦୦୦ ଟଙ୍କା ପ୍ରଦାନ କରାଯାଇଛି। ଉକ୍ତ ଘଟଣା ସମ୍ପର୍କରେ ଖବର ପାଇ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ମାନବିକତାର ପରିଚୟ ଦେଖାଇ ଚିକିତ୍ସା ପାଇଁ ଦଶ ହଜାର ଟଙ୍କା ପ୍ରଦାନ କରିଛନ୍ତି।ହେମସାଗର ସାହୁ ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରି ଅଣାଯାଇଛି ।ବିସ୍ପୋରଣ ହୋଇଥିବା ସ୍ଥାନରେ ପାଟଣାଗଡ଼ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ବୋମା କିଏ କାହିଁକି କୌ ଉଦ୍ଦେଶ୍ୟରେ ରଖିଥିଲା ତାହାର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *