ଚାନ୍ଦପୁରୀ ଗ୍ରାମ ନିକଟରେ ପ୍ରାୟ ୩୦ କ୍ୱିଣ୍ଟାଲ ତେନ୍ତୁଳି କାଠରେ ଭର୍ତ୍ତି ଏକ ଟ୍ରାକ୍ଟରକୁ ଜବତ

Spread the love

ବଲାଙ୍ଗିର : ବଲାଙ୍ଗୀର ରେଞ୍ଜ ର କର୍ମଚାରୀମାନେ ବଲାଙ୍ଗୀର -୧ ବିଭାଗର ଚାନ୍ଦପୁରୀ ଗ୍ରାମ ନିକଟରେ ପ୍ରାୟ ୩୦ କ୍ୱିଣ୍ଟାଲ ତେନ୍ତୁଳି କାଠରେ ଭର୍ତ୍ତି ଏକ ଟ୍ରାକ୍ଟରକୁ ଜବତ କରିଛନ୍ତି । ଜଣେ ଅଭିଯୁକ୍ତ କୁଟୁମଡୋଲା ଗାଁର ଶ୍ରୀ ଦିବ୍ୟମଣି ପଟେଲଙ୍କୁ ଆଇନ ଅନୁଯାୟୀ ନୋଟିସ୍ ପଠାଯାଇଛି । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ଅଧିକ ଅନୁସନ୍ଧାନ ଚାଲିଛି । ଶ୍ରୀ ବ୍ୟାସଦେବ ସାହୁ, ଫରେଷ୍ଟର, ଶ୍ରୀ ରଞ୍ଜିତ କୁମ୍ଭାର, ଫରେଷ୍ଟ ଗାର୍ଡ, ଶ୍ରୀ ଜ୍ୟୋତି ରଂଜନ ବଗର୍ତି, ଫୋରେଷ୍ଟ ଗାର୍ଡ ଏବଂ ଶ୍ରୀମତୀ ସୁନୀତା ମୁଣ୍ଡା, ଫୋରେଷ୍ଟ ଗାର୍ଡ, ଏସିଏଫ୍ ଶ୍ରୀ ଜୀତେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରିଥିଲେ ।

Leave a Reply

Your email address will not be published. Required fields are marked *