ବଲାଙ୍ଗୀର : ଶ୍ରୀ ଶ୍ରୀ ସିଦ୍ଧେଶ୍ୱର ବାବାଙ୍କ ୩୫ ତମ ଶିତଳ ଷଷ୍ଠୀ ଶୋଭାଯାତ୍ରା ମହା ଆଡମ୍ବରରେ ପାଳିତ ହେବାକୁ ଯାଉଅଛି । ଏଥର ଯାତ୍ରା ୨୫ ତାରିଖ ରାତ୍ର ଘ.୩ ସମୟରୁ ଆରମ୍ଭ କରିବାକୁ କମିଟି ନିଷ୍ପତି ନେଇଛି । ରାମଜୀ ମନ୍ଦିର ସାମନାରୁ ବାହାରି ଏ.ବି.ଏସ୍.ଏସ୍ ରୋଡ ଦେଇ ଡେର୍ଲିମାର୍କେଟ ଛକ ଦେଇ ଟିକ୍ରାପଡା, ଭାଗରଥି ଛକ, ପୁରୁଣା ସରକାରୀ ବସଷ୍ଟାଣ୍ଡ, ଗୋପାଳଜୀ ମନ୍ଦିର, ଖଦାଲ ପଡା, ରାଧାରାଣୀପଡା, ଜଗନ୍ନାଥପଡା ଦେଇ ନୃସିଂହ ମନ୍ଦିରକୁ ଶିବ ପାର୍ବତିଙ୍କର ପ୍ରବେଶ ହେବ । ଶୋଭାଯାତ୍ରାରେ କଟକରୁ ଆସିଥିବା କଣ୍ଢେଇ ନାଚ, ଆନ୍ଧ୍ରର ମହାକାଳି ନାଚ, ପୁରିରୁ ଆସିଥିବା ଡ୍ୟାନ୍ସ ପାର୍ଟି, ଘଂଟ ପାର୍ଟି, ଦୁଲଦୁଲି ଏବଂ ମୁଖ୍ୟ ଆକର୍ଷଣ ଉଡନ୍ତା ହନୁମାନ ଏବଂ ଅଘୋରି ବାବା ଙ୍କର ପ୍ରଦର୍ଶନ ତା ସହିତ ଅନେକ କିଛି ପାର୍ଟିଗୁଡିକ ଆକର୍ଷଣର କେନ୍ଦ୍ର ବିନ୍ଦୁ ସୃଷ୍ଟି କରିବ ବୋଲି ସଭାପତି ସମୀର ସାହାଣି, ଉପ-ସଭାପତି ବଳରାମ ରାଉତ, ସଂପାଦକ ବଂଟି ମିଶ୍ର, କୋଷାଧ୍ୟକ୍ଷ ସଞ୍ଜିବ ସାହୁ ସୂଚନା ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now