ନାବାଳକ ଗୁଣନିଧି ବାଗଙ୍କୁ ନ୍ୟାୟ ଦାବିରେ ଏଆଇଡିଏସ୍ଓ – ଏଆଇଡିୱାଇଓ ପକ୍ଷରୁ ଏସ୍.ପି. ଅଫିସ ସମ୍ମୁଖରେ ବିକ୍ଷୋଭ

Spread the love

ବଲାଙ୍ଗିର : ଦେଶର ଶାସକ ଶ୍ରେଣୀଙ୍କ ପକ୍ଷରୁ ଦେଶ ବିକାଶ ଓ ଅମୃତ ରେ ଭାସୁଛି ବୋଲି ଚିତ୍କାର କରି ପ୍ରଚାର ଚାଲିଛି । ବାସ୍ତବତା କିନ୍ତୁ ଓଲଟା, ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ମଣିଷ ଉପରେ ମଣିଷର ଘୃଣା, ଅତ୍ୟାଚାର କମିବାର ନାଁ ଧରୁନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗତ ୧୭ ତାରିଖରେ ମୁରିବାହାଲ ବ୍ଲକ ଖଲିଆପାଲି ଗ୍ରାମରେ ନାବାଳିକ ଗୁଣନିଧି ବାଗଙ୍କୁ ଅତ୍ୟନ୍ତ ନିର୍ମମ ଓ ଅମାନବିକ ଭାବରେ ଅତ୍ୟାଚାର କରି ହତ୍ୟା କରାଯାଇଛି । ସ୍ଥାନୀୟ ପୋଲିସର ଚରମ ଅବହେଳା ଓ ତତ୍ପରତାର ଅଭାବ ଯୋଗୁଁ ନିର୍ଭହ ଛାତ୍ରର ଜିବନ ଚାଲିଗଲା । ମୃତ ଗୁଣନିଧିଙ୍କର ଫୋନ କଲ କୁ ଗୁରୁତର ସହ ଗ୍ରହଣ କରି ପୋଲିସ କାର୍ଯ୍ୟନୁଷ୍ଠାନ ନେଇଥିଲେ ଘଟଣା ଘଟିନଥାନ୍ତି । ତେଣୁ ଏହାର ପ୍ରତିବାଦରେ ଆଜି ଏଆଇଡିଏସ୍ଓ – ଏଆଇଡିୱାଇଓ ଯୁବ ଛାତ୍ର ସଂଗଠନ ବଲାଙ୍ଗିର ପକ୍ଷରୁ ଉପଯୁକ୍ତ ତଦନ୍ତ କରି ସମସ୍ତ ଅପରାଧିମାନଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯାଉ । ଘଟଣାରେ ଯେଉଁ ପୋଲିସ ଅଧିକାରୀମାନେ ନିଷ୍କ୍ରିୟତା ପ୍ରକାଶ କରିଛନ୍ତି ତାଙ୍କ ବିରୁଦ୍ଧରେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସମ୍ପୃକ୍ତ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୁରଣ ସହ ପରିବାରର ଜଣକୁ ଚାକିରି ପ୍ରଦାନ କରାଯାଉ । ଉକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଉପଯୁକ୍ତ ପଦକ୍ଷେପ ତତ୍ପରତା ସହ ଗ୍ରହଣ କରାଯାଉ । ସମସସ୍ତ ପ୍ରକାର ଜାତିଗତ ବିଦ୍ୱେଷ, ଘୃଣା, ଅସହିଷ୍ଣୁତା ଓ ଅତ୍ୟାଚାର ଭଳି କଳଙ୍କିତ ପ୍ରଥାକୁ ଅମୂଳେ ନାଶ କରି ଭାଇଚାରା, ଶାନ୍ତି ସଂପ୍ରତି ସ୍ଥାପନ ପାଇଁ ଉପଯୁକ୍ତ ପଦକ୍ଷେପ ଆଦି ନେବା ଦାବିରେ ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏସ୍ପିଙ୍କ ଅନୁପସ୍ଥିତି ରେ ଅତିରିକ୍ତ ଏସ୍ପି ସୁରେଶ ନାଏକ ସହ ଆଲୋଚନା କରି ପଦକ୍ଷେପ ନେବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ ରେ ସଂଗଠର ରାଜ୍ୟ ଉପସଭାପତି ସୁନିଲ ଭୋଇ, ଜିଲ୍ଲା ସମ୍ପାଦକ ମଧୁସୁଦନ ବାଗ, ଯୁବ ସଂଗଠନ ଏଆଇଡିୱାଇଓର ଜିଲ୍ଲା ସଂପାଦକ ତାମସ ବେହେରା, ଅହଲ୍ୟା ସାହୁ, ଗୌରୀ ସାହୁ, ସିଦ୍ଧାନ୍ତ ମହାକୁର ।

Leave a Reply

Your email address will not be published. Required fields are marked *