ପାଟଣାଗଡ଼ ବିଲେଇ ସାଖି ଗ୍ରାମରେ ବୋମା ନୁହଁ ବାରାହ ଗୁଳା ବୋଲି ପୋଲିସ ସ୍ପଷ୍ଟୀକରଣ

Spread the love

ବଲାଙ୍ଗୀର : ପାଟଣାଗଡ଼ : ବମ୍ ନୁହଁ ଏହା ବାରହା ଗୁଲା ବୋଲି ପୋଲିସ ସ୍ପଷ୍ଟିକରଣ ଦେଇ କହିଛନ୍ତି । ବାରହା ଶିକାର କରିବା ପାଇଁ କେହି ଦୁର୍ବୃତ ନାଳ ଖଣ୍ଡି ବୁଦା ଭିତରେ ରଖିଦେଇଥିଲା ବଲି ସୂଚନା ଦେଇଛନ୍ତି ପାଟଣାଗଡ଼ ଏସ୍ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା । ଏପରିକି ଘଟଣା ସ୍ଥଳରୁ ନଫୁଟିଲା ଗୁଳା ବି ସେହି ସ୍ଥାନରୁ ପୁଲିସ ପାଇଥିବାର କହିଛନ୍ତି ଏସ୍ଡ଼ିପିଓ ଜ୍ୟୋତି ମୟ ଭୁକ୍ତା । ଗଲାକାଲି ଅପରାହ୍ନରେ ପାଟଣାଗଡ଼ ଥାନା ଅନ୍ତର୍ଗତ ବିଲେଇସାଥୀ ଗାଁ ରେ ଘଟିଥିବା ଘଟଣାରେ ଅଞ୍ଚାଲରେ ବୋମା ବିସ୍ଫୋରଣରେ ଜଣେ ଗୁରୁତର ବୋଲି ସବୁଆଡେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ଆତଙ୍କର ବାତାବରଣ ରେ ଲୋକେ ଭୟଭୀତ ଥିଲେ ଏହି ଘଟଣାରେ ବିଲେଇସାଥୀ ଗାଁର ହେମସାଗର ସାହୁ ନାମକ ଯୁବକ ଗୁରୁତର ଆଘତ ପ୍ରାପ୍ତ ହୋଇ ହେଇ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ପାଟଣାଗଡ଼ ପୋଲିସ ସହିତ ସାଇଟିଫିକ୍ ଟିମ ମଧ୍ୟ ପହଞ୍ଚି ଘଟନାସ୍ଥଳ ଛାନଭିନ୍ କରିଥିଲେ । ବଲାଙ୍ଗିର ଏସ୍ ପି ରିଷିକେଶ ଖିଲାରୀ ବି ଘଟଣା ସ୍ଥଳକୁ ଯାଇଥିଲେ । ପାରିପାର୍ଶିକ ଅବସ୍ଥା ଏବଂ ମିଳିଥିବା ଆଉ ଗୋଟିଏ ଅଫୁଟା ଗୁଳା ମିଳିଲା ପରେ ତାକୁ ନିଷ୍କ୍ରିୟ କରାଯାଇଛି ବୋଲି ପୁଲିସ୍ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *