ବର୍ଷା ଧୋଇନେଲା ମୁର୍ଷୁଣ୍ଢି ପୋଲର ଉଭୟ ପାଶ୍ୱର୍ର ଅପ୍ରୋଚ ରୋଡ୍

Spread the love

ବଲାଙ୍ଗୀର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ଲଗାଣ ବର୍ଷା ପ୍ରଭାବରେ ବିଭିନ୍ନ ଯୋର ନାଳରେ ବନ୍ୟାପାଣି ପ୍ରବାହିତ ହେଉଛି । ବୁଧବାର ସକାଳୁ ଠେଙ୍ଗା ଡ୍ୟାମରୁ ୬ ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ ହେବା ଫଳରେ ହରିହର ଯୋରର ତଳ ମୁଣ୍ଡରେ ବନ୍ୟା ପରିସ୍ଥିତି ଦେଖା ଦେଇଥିଲା । ମୁର୍ଷୁଣ୍ଢି ନିକଟରେ ଥିବା ହରିହର ଯୋର ପୋଲ ଉପରେ ପ୍ରାୟ ପାଞ୍ଚ ଫୁଟର ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପୋଲର ଉଭୟ ପାର୍ଶ୍ୱର ଅପ୍ରୋଚ ରୋଡ୍ ଧୋଇଯାଇଛି । ଏହା ସହିତ ପୋଲର ଉଭୟ ପାର୍ଶ୍ୱରେ ବାଡ଼ା ମଧ୍ୟ ଭାଙ୍ଗି ଯାଇଛି । ଆପ୍ରୋଚ୍ ରୋଡ୍ ମରାମତି କରାଗଲେ ମଧ୍ୟ ଉକ୍ତ ପୋଲରେ ଯାତାୟାତ ବିପଦପୂର୍ଣ୍ଣ ହେବ । ଏବେ ପୋଲ ଦେଇ ଯାତାୟାତ ସମ୍ଭବ ହୋଇପାରୁ ନାହିଁ । ଫଳରେ ବୀରମହାରାଜ ପୁରରୁ ଅମରପାଲି ଦେଇ ଯୁଯୁମୁରା -ସମ୍ବଲପୁର ଯାତାୟାତ ରେ ବ୍ୟାହତ ସୃଷ୍ଟି ହୋଇଛି । ଉକ୍ତ ବାଟଦେଇ ଗାଡ଼ି ମଟର ଚଳାଚଳ ହୋଇପାରୁ ନାହିଁ । ସୋନପୁରରୁ ବୀରମହାରାଜପୁର -ଅମରପାଲି ଦେଇ ରେଢ଼ାଖୋଲ କୁ ଏବଂ ମୁର୍ଷୁଣ୍ଢି ରୁ ସମ୍ବଲପୁରକୁ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ତେବେ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ଉକ୍ତ ରାସ୍ତା ମରାମତି କରି ଯାତାୟାତର ସୁବିଧା କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *