ଶିଶୁ ବିକାଶ କେନ୍ଦ୍ରରେ ବିଶ୍ୱ ଶିଶୁ ଦିବସ ପାଳନ : ଶିଶୁ କ୍ଷୁଦ୍ର ନୁହେଁ ବିରାଟ ସମୁଦ୍ର

Spread the love

ବଲାଙ୍ଗୀର : ବଲାଙ୍ଗୀର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଶିଶୁ ବିକାଶ କେନ୍ଦ୍ର ତରଫରୁ ବିଶ୍ୱ ଶିଶୁ ଦିସ ଟିକ୍ରାପଡା ରାମ ମନ୍ଦିର ଠାରେ ଅନୁଷ୍ଠାନର ଉପଦେଷ୍ଟା ତଥା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆୟୋଚକମାନେ ଶିଶୁ କ୍ଷୁଦ୍ର ନୁହେଁ ସେ ଏକ ବିରାଟ ସମୁଦ୍ର ଓ ତାର ଶାରିରୀକ ଓ ମାନସିକ ବିକାଶ ଠିକ୍ ଭାବରେ ହୋଇ ପାରିଲେ ସେ ଅସୀମ କିର୍ତିର ଅଧିକାରୀ ହୋଇ ସୁସ୍ଥ ସମାଜ ନିର୍ମଣାରେ ସହାୟକ ହୋଇ ପାରିବ ବେଲାି ମତବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷାବିତ୍ ଧର୍ମବ୍ରତ ରଥ ଶିଶୁ ହସିଲେ ଦୁନିଆ ହସେ, ଡାକ୍ତର ଲକ୍ଷ୍ମୀପ୍ରିୟା ସେଠି ଶିଶୁ ଯତ୍ନ ଓ ସ୍ୱାସ୍ଥ୍ୟ ଓ ସାମାଜିକ କର୍ମୀ ଅରୁଣ ଖୁଅସ ଶିଶୁର ଅଧିକାର ଓ ଯୋଜନା ସଂପର୍କରେ ଆଲୋଚନା କରିଥିଲେ । ସଭାକୁ ପରିଚାଳନା କରିଥିଲେ କସ୍ତୁରୀ ରଥ । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପଶାୟତ, ତପସ୍ମିନୀ ପଶାୟତ, ଦୁର୍ଗା ଚରଣ ସାହୁ, ଧିରେନ୍ଦ୍ର ନାରାୟଣ ସିଂହଦେଓ, କପିଳ ପତି, ହୃଷିକେଶ ପୁରୋହିତ, ନିହାରିକା ମିଶ୍ର, ମାଳତି ଉଦ୍ଗାତା, ଚୁଡେନ୍ଦ୍ର କୁମାର ବେହେରା, ସିତାଂଶୁ ଶେଖର ନାୟକ, ସଂଯୁକ୍ତା ମିଶ୍ର, କବିତା ମିଶ୍ର, ଜ୍ୟୋତି ରଂଜନ ମିଶ୍ର, ସୁନାଧର ବନଛୋର ଓ ମଦନ ମୋହନ ରଥ ସହଯୋଗ କରିଥିଲେ । ଶେଷରେ ମଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *