ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ

Spread the love

ବଲାଙ୍ଗିର : ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ସା-ଧନ ନୂଆଦିଲ୍ଲୀ ସହାୟତାରେ ତଥା ସମ୍ପର୍କ ଫିନ୍ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ଏକ ଜମାକାରୀ ଶିକ୍ଷା ଏବଂ ସଚେତନତା କର୍ମଶାଳା ଗତକାଲି ସ୍ଥାନୀୟ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ସାଇବର ଥାନା ଅଧିକାରୀ ଇନ୍ସପେକ୍ଟର ଭାରତୀ ନାୟକ ଯୋଗଦାନ କରି ସମ୍ପ୍ରତି ହେଉଥିବା ଅନ୍ ଲାଇନ୍ ଠକେଇ, ଫ୍ରଡ୍ କଲ୍, ମିଥ୍ୟା ପ୍ରଲୋଭନ, ମାଗଣା ଅଫର୍ ଆଦି ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏହା ସହିତ ବିଭିନ୍ନ ପ୍ରକାର ନୂଆ ନୂଆ ଠକେଇ ଏବଂ ଏହାର ପ୍ରତିକାର କିଭଳି ଭାବରେ କରାଯାଇ ପାରିବ ସେ ବିଷୟରେ ମଧ୍ୟ ଉପସ୍ଥିତ ସ୍ୱୟଂ ସହାୟିକା ଦଳର ସଭ୍ୟା ଏବଂ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ । ଗ୍ରାମାଞ୍ଚଳର ବ୍ୟକ୍ତି ବିଶେଷ ବ୍ୟାଙ୍କଗୁଡ଼ିକର ବିଭିନ୍ନ ସେବା ବିଷୟରେ ସଠିକ୍ ଭାବେ ଜାଣି ନଥିବା ଯୋଗୁଁ ବିଭିନ୍ନ ସମୟରେ ଠକାମୀର ଶିକାର ହୋଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଜମାକାରୀ ଶିକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ସାରା ଦେଶରେ ଆରମ୍ଭ କରିଛି । ତାଲିମଦାତା ଭାବରେ ବିମଳକାନ୍ତ ପଣ୍ଡା ଏବଂ ହୃଷିକେଶ ସାହୁ ଯୋଗଦାନ କରି ଆର୍ଥିକ ସାକ୍ଷରତା ଉପରେ ତାଲିମ ପ୍ରଦାନ କରିଥିଲେ । ସୁରକ୍ଷିତ ବ୍ୟାଙ୍କ ଜମା, ସୁରକ୍ଷିତ ଆର୍ଥିକ ବିନିଯୋଗ, ବ୍ୟାଙ୍କିଙ୍ଗ ସମସ୍ୟା ଏବଂ ଏ ଗୁଡ଼ିକର ସମାଧାନ, ସରକାରୀ ବୀମା ଯୋଜନା ଆଦି ବିଷୟରେ ଦୃଶ୍ୟ ଶ୍ରାବ୍ୟ ପଦ୍ଧତିରେ ଆଲୋଚନା କରିବା ସହିତ ବିଭିନ୍ନ ପ୍ରଶ୍ନ ଗୁଡିକର ଉତ୍ତର ଦେଇଥିଲେ । କାର୍ଯ୍ୟକ୍ରମକୁ ହୃଷିକେଶ ସାହୁ ପରିଚାଳନା କରିଥିବା ବେଳେ ସର୍ବଶ୍ରୀ ଶ୍ରୀୟାକାନ୍ତ ନାଏକ, ଜୟ କୁମାର ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *