ବଲାଙ୍ଗିର : ବିଦ୍ୟୁତ କର୍ମଚାରୀ ଏକତା ମଞ୍ଚ ର ଆହ୍ୱାନ କ୍ରମେ ବିଭିନ୍ନ ଦାବି ପୂରଣ ଲାଗି ବଲାଙ୍ଗୀର ବିଦ୍ୟୁତ କର୍ମଚାରୀ ମାନେ ଶାନ୍ତିପୂର୍ଣ୍ଣ ଭାବେ ଓପିଟିସିଏଲ୍ ଲାଲଟିକ୍ରା ଗ୍ରୀଡ ଓ ଡିଜିଏମ୍ ଅଫିସ ସମ୍ମୁଖରେ ଦ୍ୱିତୀୟ ଦିନରେ କଲା ବ୍ୟାଚ ପିନ୍ଧି ଓପିଟିସିଏଲ୍ ମ୍ୟାନେଜମେଣ୍ଟ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିରେ କର୍ମଚାରୀ ମାନଙ୍କ ଦରମା ତାରତମ୍ୟ ଦୂରକରିବା, ନୂତନ ମଜୁରୀ ନିର୍ଦ୍ଧାରଣ କରି ତା:୧.୪.୨୦୨୦ ରୁ ଲାଗୁକରିବା, ସମସ୍ତ ଦରମାଗତ ଅସଙ୍ଗତ ଦୂରକରିବା, ୨୫୩୦ ଓ ୩୩୩୦ ଗ୍ରେଡ୍ ପେ ହଟାଇବା, କର୍ମଚାରୀ ମାନଙ୍କୁ ବିଦ୍ୟୁତ ଭତ୍ତା ଯୋଗାଇବା, ଇତ୍ୟାଦି କର୍ମଚାରୀ ମାନଙ୍କ ନ୍ୟାର୍ଯ୍ୟଦାବୀ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏକତା ମଞ୍ଚ ପକ୍ଷରୁ ଶ୍ରୀ ପବିତ୍ର ଖୁଣ୍ଟିଆ, ସମ୍ବିତ ପଣ୍ଡା, ସୁରେନ୍ଦ୍ର ସେଠ, ଅମିତାଭ ଦାସ, ସର୍ଜନ ବାରିକ, ରାମକୁମାର ସା, ମନୋରଞ୍ଜନ ଓଝା, କମଲ ରାଉତ, ଶ୍ରୀଧର ପଣ୍ଡା, ସନ୍ତୋଷ ସୁଆର, ଶେଷବିନ୍ଦୁ ପ୍ରଧାନ, ପ୍ରଶାନ୍ତ ଖଟୁଆ, ହରିହର ପଧାନ ଏବଂ ଅନ୍ୟ କର୍ମଚାରୀମାନେ ଯୋଗଦେଇ ଆଗାମୀ ଦିନରେ ମ୍ୟାନେଜମେଣ୍ଟ ତରଫରୁ କୌଣସି ପ୍ରକାର ଆଲୋଚନା କରି ଦାବୀ ପୂରଣ ନ ହେଲେ ଆଗାମୀ ୧୬.୫.୨୦୨୩ ତାରିଖରେ ଭୁବନେଶ୍ୱର ଓପିଟିସିଏଲ୍ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶାର ସମସ୍ତ ବିଦ୍ୟୁତ କର୍ମଚାରୀ ଆନେ୍ଦାଳନ କରିବାକୁ ଚେତାବନୀ ଦେଇଛନ୍ତି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now