ମହାରାଣୀ ସାଗର ଉନ୍ନତି କରଣ ପାଈଁ ପୌର ପାଲିକା ର ଶିଳାନ୍ୟାସ, ୧୨ କୋଟି ୧୮ଲକ୍ଷ ଟଙ୍କାରେ ହେବ ପୁସ୍କରିଣୀର ପଙ୍କୋଦ୍ଧାର

Spread the love

ବଲାଙ୍ଗୀର : ବଲାଙ୍ଗିର ମହାରାଣୀ ସାଗରର ଉନ୍ନତିକରଣ ପାଇଁ ବଲାଙ୍ଗିରରେ ରାଜନୀତି ଜୋର ଧରିଛି । ଆଜି ମହାରାଣୀସାଗର ପୁସ୍କରିଣୀର ଉନ୍ନତିକରଣ ପାଇଁ ପୌରପାଳିକା ପକ୍ଷରୁ ଶିଳାନ୍ୟାସ କରାଯାଇଛି । ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅମୃତ ୨.୦ ଯୋଜନାରେ ମଞ୍ଜୁର କରାଯାଇଥିବା ୧୨କୋଟି ୧୮ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ମହାରାଣୀ ସାଗର ପୁସ୍କରିଣୀର ପଙ୍କୋଦ୍ଧାର କରାଯିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି କାମକୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନେ କରାଇବେ । ସେଥିପାଇଁ ଆଜି ହଜାର ସଂଖ୍ୟାର ମହିଳାଙ୍କ ଉପସ୍ଥିତିରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ କର୍ପୋରେସନର ଅଧ୍ୟକ୍ଷ କଳିକେଶନାରାୟଣ ସିଂଦେଓ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ପୌରାଉପାଧ୍ୟକ୍ଷା ଶ୍ରୀମତୀ ଗାୟିତ୍ରୀ ଭୋଇ ଓ ସମସ୍ତ ବିଜେଡି କାଉନସିଲର ଯୋଗଦେଇଥିଲେ । ପ୍ରକଳ୍ପକୁ ଶିଳାନ୍ୟାସ କରି କଳିକେଶ ସିଂଦଓ କହିଛନ୍ତି ଯେ, ସରକାର ଏବେ ନୂଆ ଯୋଜନାରେ ବିନା ବିସ୍ଥାପନରେ ବିକାଶ କାମ କରାଇବାକୁ ପ୍ରସ୍ତାବ କରିଛନ୍ତି । ତେଣୁ ପୂର୍ବରୁ ଯେଉଁ ପ୍ରସ୍ତାବ କରାଯାଇଥିଲା ତାକୁ ବଦଳାଯାଇ ନୂଆ ଅମୃତ ୨.୦ ଯୋଜନାରେ ମହାରାଣୀସାଗରକୁ ସାମିଲ କରାଇ ଏବେ ୧୨କୋଟି ଟଙ୍କା ଅଣାଯାଇଛି । ଯାହାକି ଏହାର ପଙ୍କୋଦ୍ଧାରରେ ଖର୍ଚ୍ଚ ହେବ । ଲୋକମାନଙ୍କୁ ଆଉ ବିସ୍ଥାପିତ ହେବାକୁ ପଡିବ ନାହିଁ । ସେହିପରି ପୌରାଧ୍ୟକ୍ଷା କହିଛନ୍ତି ଯେ, ଗରିବଙ୍କୁ ହଇରାଣ କରାଯାଇ କୌଣସି କାମ କଲେ ବିକାଶ ହେବନାହିଁ ବରଂ ବିନାଶ ହେବ । ତେଣୁ ବିନା ବିସ୍ଥାପନରେ ନବୀନ ସରକାର ବିକାଶ କରାଇବାକୁ ଯୋଜନା କରି ଅର୍ଥ ଦେଇଛନ୍ତି । ଆଜି ଏହାର ଶୀଳାନ୍ୟାସ କରାଯାଇଛି । ଆଗକୁ ପଙ୍କୋଦ୍ଧାର ପରେ ଆହୁରି ଅନେକ ଅନୁଦାନ ଆସି ସୌନ୍ଦର୍ଯ୍ୟକରଣ କରାଯିବ ବୋଲି କହିଛନ୍ତି । ପ୍ରକାଶ ଯେ, ପୂର୍ବରୁ ମହାରାଣୀସାଗରର ଉନ୍ନତିକରଣ ପାଇଁ ୨୦କୋଟି ଟଙ୍କା ମଞ୍ଜୁର ହୋଇଥିଲା । କିନ୍ତୁ ତାହାର ଡିପିଆ?ର୍ରେ ୧ ହଜାରରୁ ଅଧିକ ପରିବାରଙ୍କୁ ବିସ୍ଥାପିତ କରାଯାଇ କେବଳ ସୌନ୍ଦର୍ଯ୍ୟକରଣ କରାଯିବାକୁ ପ୍ରସ୍ତାବ ରହିଥିଲା । ସେହି କାମକୁ ସେତେବେଳେ ବିସ୍ଥାପିତ ହେବାକୁ ଥିବା ଲୋକେ ପ୍ରବଳ ବିରୋଧ କରିଥିଲେ । ତେଣୁ ସେହି ପ୍ରସ୍ତାବ ବଦଳି ଏବେ ନୂଆ ଯୋଜନାରେ ଅର୍ଥ ଆସିଥିବା ସୂଚନା ଦିଆଯାଇଛି । ଆଜିର ଏହି ଉଦଘାଟନୀ ଉତ୍ସବରେ କଳିକେଶ ନାରାୟଣ ସିଂହଦେଓ, ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ମହିଳା ବିଜେଡିର ଜିଲ୍ଲା ସଭାପତି ଶ୍ରୀମତୀ ଦମୟନ୍ତୀ ବାଗ, ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତା, ଛାତ୍ର ବିଜେଡିର ସୁମନ ନନ୍ଦ, ନଗର ସଭାପତି ମହେନ୍ଦ୍ର ବାଗ, ବରିଷ୍ଠ ଆଇନଜୀବୀ ଓମ୍?କାର ନାୟକ, ବରିଷ୍ଠ ନେତା ଲକ୍ଷ୍ମଣ କୁମାର ମେହେର, ଭଗବାନ ବଗର୍ତି, ନରସିଂ ବାଘ, ଶମ୍ଭୁ ନାଗ, ଇରସାଦ ଖାନ ପ୍ରମୁଖଙ୍କ ସହିତ ଶତାଧିକ ମହିଳା ଏବଂ ପୁରୁଷ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *