ଏମକେସିଜି ମେଡିକାଲରେ ଉତ୍ତେଜନା

Spread the love

ବ୍ରହ୍ମପୁର: ଶିଶୁ ମୃତ୍ୟୁକୁ ନେଇ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଉତ୍ତେଜନା। ମୃତ ଶିଶୁ ହେଲେ ୧୦ ବର୍ଷିୟା ଏସ.ଅଭିରାମ। ‌ଛତ୍ରପୁର ଥାନା ଅନ୍ତର୍ଗତ ବଡ ଆର୍ଯ୍ୟପଲ୍ଲୀ  ଗାଁର ଅଭିରାମ‌ଙ୍କୁ ଗତକାଲି ଝାଡା ହେବା ପରେ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଅଭିରାମଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାରେ ଅବହେଳା ଯୋଗୁଁ ଅଭିରାମଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଫଳରେ ଏମକେସିଜି ମେଡିକାଲର ଶିଶୁ ରୋଗ ବିଭାଗରେ ଚାପା ଉତ୍ତେଜନା ଦେଖିବା ମିଳିଛି। ତେବେ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ମୁତୟନ ଫୋର୍ସ ମତୟନ।

Leave a Reply

Your email address will not be published. Required fields are marked *