ମହାଦେବ ମନ୍ଦିରରେ ଗଙ୍ଗା ଜଳଶାୟୀ

Spread the love

ବଲାଙ୍ଗିର : ଆଜି ରାମ ଚରିତ ମାନସ ମନ୍ଦିରରେ ଥିବା ମହାଦେବ ମନ୍ଦିରରେ ଶ୍ରୀ ଗଙ୍ଗା ଜଳସାୟି ଅନୁଷ୍ଠିତ ହୋଇଥିଲା। ସକାଳ ୧୦ ଟାରୁ ଆରମ୍ଭ ହୋଇଥିବା ଗଙ୍ଗା ଜଳାସାୟୀ ପାଇଁ ସକାଳ ପ୍ରଥମ ପ୍ରହର ଠାରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଯୋଗୁଁ ଗୋଟିଏ ଲାଇନରେ ଧାଡ଼ି ବାନ୍ଧି ଶହ ଶହ ପୁରୁଷ ନାରୀ ଯାଇ ମହାଦେବଙ୍କ ଠାରେ କୁମ୍ଭରେ ଗଙ୍ଗା ଜଳ ବେଲପତ୍ର ପୁଷ୍ପ ନେଇ ଜଳସାୟୀରେ ଗଙ୍ଗା ଜଳ ଅର୍ପଣ କରିଥିଲେ। ଆଲହାବାଦ ତ୍ରିବେଣୀ ସଙ୍ଗମରୁ ବଲାଙ୍ଗିରର ବ୍ୟବସାୟୀ ପୁରନମଲ୍ ଅଗ୍ରୱାଲଙ୍କ ବଡ଼ ପୁତ୍ର ମନୋଜ ଅଗ୍ରୱାଲ ପତ୍ନୀ ସରିତା ଅଗ୍ରୱାଲ, ପୁତ୍ର ଅଭିସେକ୍ ଅଗ୍ରୱାଲ ଗଙ୍ଗା ଜଳ ଟ୍ୟାଙ୍କର ଯୋଗେ ଗଙ୍ଗା ଜଳ ଆଣିବା ବ୍ୟବସ୍ଥା କରିଥିଲେ । ଅଗ୍ରୱାଲ ପରିବାର ତରଫରୁ ପ୍ରସାଦ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।

ରାମ ମନ୍ଦିର ଟ୍ରଷ୍ଟ ସଭାପତି ସନ୍ତୋଷ ଅଗ୍ରୱାଲ ବ୍ୟବସ୍ଥା ବୁଝୁ ଥିବାବେଳେ, ଦୀପକ ଅଗ୍ରୱାଲ, ରାମବିଳାଶ ଶର୍ମା, ନରେନ୍ଦ୍ର ଜୈନ, ଗୋବିନ୍ଦ ଅଗ୍ରୱାଲ ମନୋଜ ଜୈନ, ବଜରଙ୍ଗ ଅଗ୍ରୱାଲ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ମହିଳା ସମିତି ସମିତି ସଦସ୍ୟ ଆଶା ଅଗ୍ରୱାଲଙ୍କ ନେତୃତ୍ଵରେ ମହିଳା ସଦସ୍ୟ ମାନେ ସୁଚାରୁ ରୂପରେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଦିନ ଗୋଟାଏରେ ଜଳସାୟୀ ପରେ ପୂଜନ କାର୍ଯ୍ୟ ଅନ୍ନ ପ୍ରସାଦ ଭୋଗ ଲାଗି ପରେ ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *