ନୂଆଦିଲ୍ଲୀରେ “ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସଂସଦୀୟ କମିଟି” ର ଉଚ୍ଚ ସ୍ତରୀୟ ବୈଠକ

Spread the love

ବଲାଙ୍ଗିର : ନୂଆ ଦିଲ୍ଲୀ ସଂସଦ ଭବନ ପରିସର ସ୍ଥିତ କମିଟି କକ୍ଷରେ “ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି କଲ୍ୟାଣ ସଂସଦୀୟ କମିଟି” ର ଉଚ୍ଚ ସ୍ତରୀୟ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଲୋକସଭା ସାଂସଦ ଡକ୍ଟର କିରିଟ୍ ପ୍ରେମଜି ଭାଇ ସୋଲାଙ୍କିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଜେଡି ସାଂସଦ ନିରଞ୍ଜନ ବିଶି ଯୋଗଦେଇ ପବ୍ଲିକ୍ ସେକ୍ଟର ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ପବ୍ଲିକ୍ ସେକ୍ଟର ବୀମା କମ୍ପାନୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ, ପେନ୍ସନ୍ ପାଣ୍ଠି ନିୟାମକ ବିକାଶ ପ୍ରାଧିକରଣ ଗୁଡିକ ରେ ନିଯୁକ୍ତି ଏବଂ ପଦୋନ୍ନତି କ୍ଷେତ୍ରରେ ଏସ୍.ସି. ଏବଂ ଏସ୍.ଟି ପାଇଁ ସଂରକ୍ଷଣ ନୀତିର କାର୍ଯ୍ୟକାରୀ କରିବା, ବ୍ୟାଙ୍କ, ବୀମା ସଂସ୍ଥା, ରାଷ୍ଟ୍ରୀୟ ବୀମା କମ୍ପାନୀରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ପ୍ରାର୍ଥୀ ମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ପ୍ରଦାନ, ଏସସି, ଏସଟି ଯୁବକ ମାନଙ୍କୁ ପ୍ରାକ ନିଯୁକ୍ତି ତାଲିମ ଭଳି ପ୍ରସଙ୍ଗ ଉଠାଇଛନ୍ତି। ଏସସି ଏବଂ ଏସଟି କର୍ମଚାରୀ କଲ୍ୟାଣ ସଂଘର କର୍ମକର୍ତ୍ତାଙ୍କ ସହିତ ତ୍ରିମାସିକ ବୈଠକ କରିବା, ସମସ୍ତ ବ୍ୟାଙ୍କ ବୀମା ପ୍ରତିଷ୍ଠାନ ୱେବସାଇଟରେ ୨୦୦ ପଏଣ୍ଟ ସଂରକ୍ଷଣ ରୋଷ୍ଟର ଉପଲବ୍ଧ କରାଇବା, ଜାଲ ଜାତି ପ୍ରମାଣପତ୍ର ଦ୍ଵାରା ଚାକିରୀ କରୁଥିବା କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା, ଦରମା ପେନସନ ବନ୍ଦ କରିବା, ସିଧାସଳଖ ନିଯୁକ୍ତି ଏବଂ ପଦୋନ୍ନତି ପାଇଁ ଏସସି ଏବଂ ଏସଟି ପ୍ରାର୍ଥୀଙ୍କୁ ରିହାତି, ଏସସି ଏବଂ ଏସଟି କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାକଲଗ୍ ଖାଲି ସ୍ଥାନ ସ୍ଵତନ୍ତ୍ର ନିଯୁକ୍ତି ଡ୍ରାଇଭ୍ ରେ ନିଯୁକ୍ତି କରିବା,ଏସସି ଏସଟି କର୍ମଚାରୀ କଲ୍ୟାଣ ଏସୋସିଏସନର ପଦାଧିକାରୀ ମାନଙ୍କ ପାଇଁ ସ୍ଵତନ୍ତ୍ର ଛୁଟି, ଯାତାୟାତ ଖର୍ଚ୍ଚ ପ୍ରଦାନ କରିବା, ଏସସି ଏବଂ ଏସଟି କର୍ମଚାରୀଙ୍କ ପାଇଁ ସ୍ଵତନ୍ତ୍ର ସେଲ୍ ମାଧ୍ୟମରେ କର୍ମଚାରୀଙ୍କ ଅଭିଯୋଗର ସମାଧାନ। ଏସସି ଏସଟି ସମ୍ପ୍ରଦାୟର ବିକାଶ ପାଇଁ ସିଏସଆର ପାଣ୍ଠି ପ୍ରଦାନ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ।

ଏହି ବୈଠକରେ ପବ୍ଲିକ୍ ସେକ୍ଟର ବ୍ୟାଙ୍କ, ଆର୍ଥିକ ପ୍ରତିଷ୍ଠାନ, ପବ୍ଲିକ୍ ସେକ୍ଟର ବୀମା କମ୍ପାନୀ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ, ପେନ୍ସନ୍ ପାଣ୍ଠି ନିୟାମକ ବିକାଶ ପ୍ରାଧିକରଣ ବିଭାଗ ର ଅଧିକାରୀ ଗଣ ଉପସ୍ଥିତ ଥିଲେ। ବିତ୍ତ ସେବା ବିଭାଗର ସଚିବ ଡଃ. ବିବେକ ଯୋଶୀ, ଅତିରିକ୍ତ ସଚିବ, ଯୁଗ୍ମ ସଚିବ, ଭାରତୀୟ ଜୀବନ ବୀମା ନିଗମର ଟବଳେଶ ପାଣ୍ଡେ ପରିଚାଳନା ନିର୍ଦ୍ଦେଶକ, ଦୀନେଶ ଭଗତ ଜୋନାଲ ମ୍ୟାନେଜର, ଆରକେ ଦୁବେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ନ୍ୟାସନାଲ୍ ଇନସୁରାନ୍ସ କମ୍ପାନୀ ଲି. ର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦେଶକ ଶ୍ରୀମତୀ ସୂଚିତା ଗୁପ୍ତା, ଜେନେରାଲ ମ୍ୟାନେଜର ମଧୁସ୍ମିତା ଜେନା, ସତ୍ୟଜିତ୍ ତ୍ରିପାଠୀ ଚେୟାରମ୍ୟାନ୍ ତଥା ୟୁନାଇଟେଡ୍ ଇଣ୍ଡିଆ ଇନସୁରାନ୍ସ କମ୍ପାନୀ ଲିମିଟେଡ୍, ସିଏସ୍ ରାଧିକା ଜିଏମ୍, ଆର ଆର ସିଙ୍ଗ୍ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଏ କେ ସାକ୍ସେନା ଜିଏମ୍ ଓରିଏଣ୍ଟାଲ ଇନସୁରାନ୍ସ କମ୍ପାନୀ ଲି. ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *