ହିନ୍ଦୁ ସମାଜ ଜାଗରଣ ମଞ୍ଚର ବଲାଙ୍ଗିର ଜିଲ୍ଲା ବନ୍ଦ ପାଳନ

Spread the love

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିବାବେଳେ ଆଜି ସକାଳୁ ଆନ୍ଦୋଳନକାରୀମାନେ ବଲାଙ୍ଗିର ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରାଉଥିବା ଦେଖିବାକୁ ମିଳିଛି । ଯାନବାହାନ ଚଳାଚଳକୁ ବି ଆନ୍ଦୋଳନକାରୀମାନେ ବାରଣ କରୁଥିବା ସହ ନାରାବାଜି କରୁଥିବା ନଜରକୁ ଆସିଛି ।

ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ସହରର ବରମପୁରା ଛକରୁ ଭଗବାନ ପର୍ଶୁରାମଙ୍କୁ ହଟାଇବା ଘଟଣାକୁ ନେଇ ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଆଜି ବଲାଙ୍ଗିର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ପାଳନରେ ବଲାଙ୍ଗିର ସହରର ଦୋକାନ ବଜାର ତଥା ସ୍କୁଲ୍ କଲେଜ୍ ବନ୍ଦ ରହିଥିବା ଦେଖିବାକୁ ମିଳିଛି । ଆନ୍ଦୋଳନକାରୀ ମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ନାରାବାଜି କରୁଛନ୍ତି।ପିକେଟିଂ କରି ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ କରି ଦେଇଥିବା ବେଳେ ସହର ଭିତରେ ଜନସାଧାରଣ ଚଳାଚଳ ମଧ୍ୟ ନଥିଲାବେଳେ କର୍ଫ୍ୟୁ ଭଳି ପରିସ୍ଥିତି ଦେଖାଦେଇଛି। ବଲାଙ୍ଗିର ଜିଲ୍ଲା ହିନ୍ଦୁ ସମାଜ ଜାଗରଣ ମଞ୍ଚ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ଟିଟିଲାଗଡ଼ର ବିଭିନ୍ନ ହିନ୍ଦୁ ସମାଜର କର୍ମକର୍ତ୍ତାଙ୍କ ଦ୍ଵାରା ସହର ସାରା ବୁଲି ବୁଲି ପିକେଟିଂ କରି ଦୋକାନ ବଜାର, କୋର୍ଟ, ବ୍ୟାଙ୍କ, ଡାକ ଘରକୁ ବନ୍ଦ କରାଯାଇଛି । ଟିଟିଲାଗଡ ଥାନାଧିକାରୀ ମନୋଜ ପ୍ରଧାନ ଓ ପୋଲିସ ଟିମ୍ ଶାନ୍ତି ଶୃଂଖଳା ରକ୍ଷା ପାଇଁ ସହରର ବିଭିନ୍ନ ଛକ ମାନଙ୍କରେ ନିୟୋଜିତ ହୋଇଥିବା ବେଳେ ପୋଲିସ ପକ୍ଷରୁ ଜୋରଦାର ପେଟ୍ରୋଲିଂ କରାଯାଉଅଛି ।

Leave a Reply

Your email address will not be published. Required fields are marked *