ଚାକିରି ଗ୍ରାଜୁଏସନ୍‌, ଦରମା ମେଟ୍ରିକୁଲେସନ : ଲେଭେଲ-୯ ଦରମା ଦାବିରେ ଅମଲା ସଂଘର ଅନିର୍ଦ୍ଦିଷ୍ଟ କାଳ ଧାରଣା ଆରମ୍ଭ

Spread the love

ବଲାଙ୍ଗୀର : ଲେଭେଲ ୯ ଦରମା ଦାବିରେ ଜିଲ୍ଲା ମିଳିତ ଅମଲା ସଙ୍ଘ ପକ୍ଷରୁ ଆଜି ସ୍ଥାନୀୟ ଜିଲ୍ଲାପାଳ କାର‌୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦିଆ ଯାଇଛି । ସରକାର ଅମଲା ବିଭାଗରେ ଗ୍ରାଜୁଏଟ ମାନଙ୍କୁ ଚାକିରୀ ଦେଇ ମେଟ୍ରିକୁଳେସନ ଦରମା ପ୍ରଦାନ କରୁଛନ୍ତି । ଅମଲା ସଙ୍ଘ ଦୀର୍ଘ ୫ ବର୍ଷ ହେବ ଏହାର ପ୍ରତିବାଦ କରିବା ସହ ଲେଭେଲ ୯ ଦରମା ଦାବି କରି ଆସୁଛି । ଅମଲା ସଙ୍ଘ ସରକାରଙ୍କୁ ଚେତାବନୀ ସଦୃଶ ମଇ ୨୩ ରୁ ୩୧ ପର‌୍ୟ୍ୟନ୍ତ କଲା ବ୍ୟଚ ପରିଧାନ କରିଥିଲା । କିନ୍ତୁ ତା ସତ୍ୱେ ସରକାର କିଛି ଶୁଣି ନଥିବା ଅଭିଯୋଗ କରାଯାଇଛି । ଅମଲା ସଙ୍ଘ ପକ୍ଷରୁ କୁହାଯାଇଛି ଯେ, ସରକାର ଚାକିରି ଦେବା ବେଳେ ନ୍ୟୁନତମ ଶିକ୍ଷା ଗ୍ରେଜୁଏସନ୍ ରଖୁଛନ୍ତି । କିନ୍ତୁ ସେହି ପରୀକ୍ଷାରେ ଉତୀର୍ଣ୍ଣ ହୋଇ ସରକାରୀ ଚାକିରି କରୁଥିବା ବ୍ୟକ୍ତିଙ୍କୁ ମେଟ୍ରିକୁଲେସନ ହାରରେ ଦରମା ଦେଉଛନ୍ତି । ଓଆରଏସପି ନିୟମ ୨୦୧୭ ମୁତାବକ ଆମେ ଲେଭେଲ ୯ ଦରମା ପାଇବା କଥା । କିନ୍ତୁ ସରକାର ଖୋଦ ନିୟମ ଖିଲାପ୍ କରୁଛନ୍ତି । ଅମଲା ସଂଘ ଏହି ଦାବିନେଇ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛି । ସରକାର ବାରମ୍ବାର ଏହାକୁ ଅଣଦେଖା କରିଛନ୍ତି । ଗତ ମଇ ୨୩ ରୁ ୩୧ ତାରିଖ ପର‌୍ୟ୍ୟନ୍ତ ଅମଲା ସଂଘ ଏହି ଦାବରେ କଳାବ୍ୟାଚ ପରିଧାନ କରି ସରକାରଙ୍କ ଚରମ ବାଣୀ ଶୁଣାଇଥିଲା । କିନ୍ତୁ ସରକାରଙ୍କ ଅଣଦେଖା ଅମଲା ସଂଘକୁ ଅନିର୍ଦ୍ଦିଷ୍ଟ କାଳ ଛୁଟିରେ ଯିବା ସହ ଧାରଣାରେ ବସିବାକୁ ବାଧ୍ୟ କରିଛି । ଏଥର ଲଢ଼େଇ ଆର୍‌ପାର୍ ହେବ । ଦାବୀ ପୁରଣ ନ ହେବା ଯାଏଁ , ନିଜ ହକ୍ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି ଅମଲା ସଂଘ କହିଛି । ତେବେ ଅମଲା ସଂଘର କାର‌୍ୟ୍ୟବନ୍ଦ ଅନ୍ଦୋଳନ ଯୋଗୁଁ ସରକାରୀ କାର‌୍ୟ୍ୟାଳୟମାନଙ୍କରେ କାମ ଠପ୍ ହୋଇଯାଇଛି । ଫଲରେ ଜନସାଧାରଣ ନିଜର କାମ ପାଇଁ ଆସି ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *