କଣ୍ଟାବାଞ୍ଜି ନାବାଳକ ଲଳିତ ଜୈନ ଆତ୍ମହତ୍ୟା ଘଟଣା ରହସ୍ୟ ଘେରରେ

Spread the love

ବଲାଙ୍ଗିର : ଜଣେ ନାବାଳକର ଶବ ୧୬ ତାରିଖରେ ମାଟି ତଳୁ ଉଦ୍ଧାର କରାଯାଇଛି । ନାବାଳକ ଜଣକ କଣ୍ଟାବାଞ୍ଜି ସହରର ଲଳିତ ଜୈନ (୧୩) ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଲଳିତ ଗତ ଗୁରୁବାର ୧୩ ତାରିଖ ଦିନ ସକାଳୁ ଘରୁ କୁଆଡେ ଚାଲିଯାଇଥିଲେ । ହେଲେ ପରିବାର ବର୍ଗ ଦିନସାରା ବହୁତ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇନଥିଲେ । ଶେଷରେ ପରିବାର ବର୍ଗଙ୍କ ପକ୍ଷରୁ ଲଲିତଙ୍କ ବାପା ପ୍ରମୋଦ ଜୈନ ସେହିଦିନ ରାତିରେ କଣ୍ଟାବାଞ୍ଜି ଥାନାରେ ଘରୁ ନିଖୋଜ ଥିବା ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ସେହି ଗୁରୁବାର ଦିନ ସକାଳୁ କଣ୍ଟାବାଞ୍ଜିରୁ ମୁରିବାହାଲ ଯାଇଥିବା ରେଳ ଲାଇନ୍ ରେ ଏକ ମୃତଦେହ ପଡିଥିବା କଣ୍ଟାବାଞ୍ଜି ଜିଆରପି ପୁଲିସ ଖବର ପାଇ ଶବ ଉଦ୍ଧାର କରିଥିଲା । ଶବଟି ବିକୃତ ହୋଇଯାଇଥିବା ଏବଂ ଚିହ୍ନା ପଡୁ ନଥିଲା । ପୁଣି ଶବକୁ ନେବା ପାଇଁ କେହି ଦାବୀଦାର କଣ୍ଟାବାଞ୍ଜି ଡାକ୍ତରଖାନା ପହଞ୍ଚି ନଥିଲେ । ଏହା ପରେ ଶବ ରଖିବା ପାଇଁ ଡାକ୍ତରଖାନାରେ ଫ୍ରିଜର ନାହିଁ, ତେଣୁ କରି ଅଚିହ୍ନା ଶବ ଭାବି ଜିଆରପି ପୁଲିସ ଡାକ୍ତରଖାନାରେ ଡାକ୍ତର ଦେବାଶିଷ ତ୍ରିପାଠୀଙ୍କ ଦ୍ୱାରା ପୋଷ୍ଟ ମର୍ଟମ୍ ପରେ ଆମ୍ବୁଲାନ୍ସ ସାହାଯ୍ୟରେ ନେଇ କଣ୍ଟାବାଞ୍ଜିର ରେଳ ଲାଇନ୍ କଡରେ ଥିବା ଏକ ମଶାଣୀପଦାର ଅନତି ଦୂରରେ ଗାତ ଖୋଳି ପୋତି ଦେଇଥିଲେ । ପରେ ନିଖୋଜ ହୋଇଥିବା ମାମଲାର ତଦନ୍ତ କରୁଥିବା କଣ୍ଟାବାଞ୍ଜି ଟାଉନ ପୋଲିସର ସନ୍ଦେହ ହେବାରୁ ପରିବାର ବର୍ଗଙ୍କୁ ଖବର ଦେଇଥିଲେ । ଖବର ପାଇ ପରିବାର ବର୍ଗ ଥାନାରେ ପହଞ୍ଚିବା ପରେ କଣ୍ଟାବାଞ୍ଜି ଜିଆରପି ଥାନା ଅଧିକାରୀ ମଧ୍ୟ କଣ୍ଟାବାଞ୍ଜି ଟାଉନ ଥାନାରେ ପହଞ୍ଚିଥିଲେ । ପରେ ଜିଆରପି ଥାନା ଅଧିକାରୀଙ୍କ କହିବା ଅନୁଯାୟୀ, ପରିବାର ବର୍ଗ ନାବାଳକ ଲଳିତ ମୃତକ ବେଶଭୂଷାରୁ ତାଙ୍କର ପୁଅ ବୋଲି କହିଥିଲେ । ନାବାଳକକୁ ମାଟି ତଳେ ପୋତି ଦେଇଥିବା ସ୍ଥାନକୁ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ତହସିଲଦାର ଅମୃତଲାଲ ବେହେରା, ଥାନା ଅଧିକାରୀ ରଶ୍ମିତା ବେହେରା, ଜିଆରପି ଅଧିକାରୀ ସିତାରାମ ସୁନାରୀ ଓ ପରିବାରବର୍ଗ ଘଟଣାସ୍ଥଳରେ ପହଂଚିଥିଲେ । ଏ ସମସ୍ତଙ୍କ ସମ୍ମୁଖରେ ମାଟିରୁ ଶବ ବାହାର କରି ପରିବାର ବର୍ଗ ଚିହ୍ନଟ କରିବା ପରେ ଶବକୁ ହସ୍ତାନ୍ତର କରାଯାଇଥିଲା । କେତେକ ବିଶ୍ୱସ୍ତ ସୂତ୍ରରୁ ନାବାଳକ ଜଣକ କୌଣସି କଥାକୁ ନେଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିବା ବେଳେ ଆତ୍ମହତ୍ୟା କରିଥିବା ସ୍ଥାନକୁ ଯାଇ ତଦନ୍ତ କରିଥିଲେ । ନାବାଳକ ଲଳିତ ଆତ୍ମହତ୍ୟା କରିବା ସମୟରେ ଜଣେ ବୟଷ୍କା ମହିଳା ଏବଂ ଜଣେ ନାବାଳକ ଛେଳି ଚରାଉଥିବା ବେଳେ ଟ୍ରେନ ଆଗକୁ ଡେଇଁ ଲଳିତ ଆତ୍ମହତ୍ୟା କରିବା ଦୃଶ୍ୟ ଅନ୍ୟ ମାନେ ଦେଖିଥିବା ଆଲୋଚନା ହେଉଛି । ତେବେ ଲଳିତ କାହିଁକି ଆତ୍ମହତ୍ୟା କଲେ ସେନେଇ ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଏ ପର୍ଯ୍ୟନ୍ତ ସଷ୍ଟ ହୋଇପାରି ନାହିଁ । ଏହି ମୁତ୍ୟୁକୁ ନେଇ ସହରରେ ବିଭିନ୍ନ ପ୍ରକାର ଆଲୋଚନା ଚାଲିଥିବା ବେଳେ ମୃତ୍ୟୁର କାରଣ ଜଣାପଡି ନାହିଁ । ଖୁବଶୀଘ୍ର ବଲାଙ୍ଗିର ପୋଲିସ ଘଟଣାର ପର୍ଦାଫାସ କରିବ, ସେ ଦିଗରେ ତଦନ୍ତ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *